• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଯୋଡ଼ି ଶଙ୍ଖ ବିକାଶର ପରିଚୟ :ନବୀନ

by Voice of Victims
April 24, 2024
in ମୁଖ୍ୟ ଖବର, ରାଜ୍ୟ
ଯୋଡ଼ି ଶଙ୍ଖ ବିକାଶର ପରିଚୟ :ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳରେ ସେ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା । ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ନବୀନ ଜନସାଧାରଣଙ୍କୁ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ ।” ଏଥିସହ ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିରୋଧୀମାନେ ପ୍ରତିଟି କଥାରେ ରାଜନୀତି କରୁଛନ୍ତି । ବିକାଶକୁ ସେମାନେ ସହଜରେ ଗ୍ରହଣ କରୁପାରୁନାହାନ୍ତି ବୋଲି ନବୀନ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବିରୋଧୀ ଅପପ୍ରଚାର କରୁଛନ୍ତି । ବିରୋଧୀ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି କରି କେହି କେବେ ସଫଳ ହେବେନି । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ । ଲୋକସଭାରେ ବି ଭଲ କରିବୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ୨୦୩୬ ସୁଦ୍ଧା ଓଡ଼ିଶା ଓଡ଼ିଶା ଏକ ନମ୍ବର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସେ କହିଛନ୍ତି ଯେ ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହେଲେଣି । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ । ୨୦୨୪ରୁ ୨୦୩୪ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେବ । ଓଡ଼ିଶାରେ ଯୁବ ବଜେଟ ଅଣାଯିବ । ରାଜ୍ୟ ତା’ କାମ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ମା’ଙ୍କୁ ଅଧିକାର ଦେବାରେ ବିଜେଡି ଏକ ନମ୍ବର । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଗୁଆ ରହିଛି । ସ୍ୱାସ୍ଥ୍ୟସେବାରେ ବିଏସକେୱାଇ ଦେଶରେ ମଡେଲ ସାଜିଛି । କୃଷି ବଜେଟ ଆଣିବାରେ ଓଡ଼ିଶାରେ ଦେଶରେ ୧ ନମ୍ବର ।

Post Views: 26
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In