• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା

by Voice of Victims
March 7, 2026
in ଦେଶ ବିଦେଶ, ମୁଖ୍ୟ ଖବର
ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା

ନୂଆଦିଲ୍ଲୀ : ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପେଜେଶ୍କିଆନ କହିଛନ୍ତି । ଏକ ଟିଭି ଚ୍ୟାନେଲରେ ସେ କହିଛନ୍ତି, ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖିବା ଏବଂ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯଦି ଏହି ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ପେଜେଶ୍କିଆନ କହିଛନ୍ତି ଯେ ପଡ଼ୋଶୀ ଦେଶଗୁଡ଼ିକ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବା ପାଇଁ ଇରାନ ନେତୃତ୍ୱ ପରିଷଦ ନିଷ୍ପତ୍ତିକୁ ଅନୁମୋଦନ ଦେଇଛନ୍ତି । ସୈନ୍ୟବଳକୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଏବେ ଠାରୁ ପଡୋଶୀ ଦେଶକୁ ସେତେବେଳ ଯାଏଁ ଆକ୍ରମଣ କରାଯବିନି, ଯେପର୍ଯ୍ୟନ୍ତ ଆମ ଉପରେ ଆକ୍ରମଣ ହୋଇନି । ତେବେ ଇରାନ ଉପରେ ଆକ୍ରମଣ ହେଲେ ଏହାର ଜବାବ ଦେବାକୁ ମଧ୍ୟ ଅଧିକାର ରଖାଯାଇଛି ବୋଲି ସେ କହିଛନ୍ତି । ପଡ଼ୋଶୀଙ୍କ ଉପରେ ଆକ୍ରମଣ ବନ୍ଦ କରିଥିଲେ ବି ଇରାନ ଇସ୍ରାଏଲ୍ ଉପରେ ଆଟାକ ଜାରି ରଖିଛି ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା
  • ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍‌, ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ଖାତାକୁ ଆସିବ ୫ ହଜାର ଟଙ୍କା
  • ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା
  • ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା
  • ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In