• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

by Voice of Victims
March 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର

କଟକ : ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା। ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା ।  ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ skin-to-skin contact ବା ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ।

ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯୌନ ଅଭିସନ୍ଧି ରଖି ଶରୀରର କୌଣସି ଅଙ୍ଗକୁ ସ୍ପର୍ଶ କରିବା ହିଁ ଯୌନ ନିର୍ଯାତନା ପାଇଁ ଯଥେଷ୍ଟ ।  ପୋଷାକ ଉପରୁ ସ୍ପର୍ଶ କଲେ ଏହା ଅପରାଧ ନୁହେଁ ବୋଲି ଯେଉଁ ଯୁକ୍ତି କରାଯାଉଥିଲା, ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି।  ହାଇକୋର୍ଟ କହିଛନ୍ତି ଯେ ଏହି ବିଷୟରେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।

ବମ୍ବେ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୂର୍ବରୁ ବଦଳାଇ ସାରିଛନ୍ତି ।  ଏହି ପୁରୁଣା ଧାରଣା ଶିଶୁ ସୁରକ୍ଷା ଆଇନର ବିରୁଦ୍ଧ ଅଟେ ।  କୋର୍ଟ ଏହି ମାମଲାରେ ଅଭିଯୁକ୍ତର ଦୋଷକୁ କାଏମ ରଖିଛନ୍ତି। ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ, ଏହି ଅପରାଧ ପାଇଁ ଅତିକମରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି। ଏହି ନିଷ୍ପତ୍ତି ଦ୍ୱାରା ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇଛି ।  କେବଳ ବୈଷୟିକ କାରଣ ଦେଖାଇ ଅପରାଧୀମାନେ ଏବେ ଆଉ ଖସି ପାରିବେ ନାହିଁ ।

Post Views: 39
Share199Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In