• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି

by Voice of Victims
August 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି

ଭୁବନେଶ୍ୱର : ଅମାନିଆ ଗାଡି ଚାଳକଙ୍କୁ ଆଉ ତ୍ରାହିଁ ନାହିଁ । ବିନା ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍‌ ନଥାଇ ଗାଡି ଚଳାଇଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ ବୀମା କରୁନଥିବେ ସେହିସବୁ ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି କରାଯାଇଛି । ରାଜ୍ୟରେ ୬୫ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁଗାଡ଼ିର ବୀମା ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ନଦେବାକୁ ଆଦେଶରେ କୁହାଯାଇଥିଲା । ପ୍ରତ୍ୟେକ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାରେ ଏହିଭଳି ଗାଡ଼ିଗୁଡ଼ିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା,ଫିଟନେସ,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ,ସେଗୁଡ଼ିକ ବିରୋଧରେ ସଙ୍ଗେସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ବରୂପ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କରିବା ଓ ଗାଡ଼ି ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପରିବହନ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧,୦୧,୪୧,୯୫୧ଟି ଯାନବାହନ ପଞ୍ଜୀକୃତ ହୋଇଛି । ଏଥିମଧ୍ୟରୁ ମାତ୍ର ୩୫,୬୮,୩୧୮ଟି ଗାଡ଼ିର ବୈଧ ବୀମା ରହିଛି । ଅର୍ଥାତ୍‌ ୬୫,୭୩,୬୩୩ଟି ଯାନ ବିନା ବୀମାରେ ଚାଲୁଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି ସ୍ଥିତିକୁ ନେଇ ଆରଟିଓ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । କାରଣ ବୈଧ ବୀମା ନଥିବା ଯାନ ଦୁର୍ଘଟଣାରେ ଜଡ଼ିତ ହେଲେ କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ମିଳିବାରେ ସମସ୍ୟା ହୋଇପାରେ । ତେଣୁ ଆଗକୁ ଯାନ ମାଲିକଙ୍କ ପାଇଁ ବୀମା ଓ ଅନ୍ୟାନ୍ୟ କାଗଜପତ୍ର ବୈଧ ରଖିବା ଅଧିକ ଜରୁରୀ ହୋଇପଡ଼ିଛି । କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ସହ ସଡ଼କ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ଦୃଷ୍ଟିରୁ ନିଜ ଗାଡ଼ିର ବୀମା ଓ PUC ତୁରନ୍ତ ନବୀକରଣ କରିବାକୁ ପରିବହନ ବିଭାଗ ସମସ୍ତ ଗାଡ଼ି ମାଲିକଙ୍କୁ ପରାମର୍ଶ ଦେଇଛି ।

The Review

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In