ବାଲେଶ୍ଵର ( ଭିଓଭି ): – ବାଲେଶ୍ଵର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ଅଞ୍ଚଳର ଚିତ୍ତରଞ୍ଜନ ନାଏକ ଙ୍କ ପତ୍ନୀ ରଶ୍ମି ନାଏକ ନିଖୋଜ ହୋଇଯାଇଛନ୍ତି । ପୁଅ ଯଶୋବନ୍ତ ନାଏକ ସହଦେବଖୁଣ୍ଟା ଥାନାରେ ଏତଲା ଦେଇଛନ୍ତି । ରଶ୍ମି ନାଏକ ଙ୍କ ର ମୁଣ୍ଡଦୋଷ ଅଛି ଏବଂ ସେ ପୂର୍ବରୁ ୧୫/୬/୨୦୨୧ ମସିହାରେ ସେ ନିଖୋଜ ହୋଇଯାଇଥିଲେ । ଅନେକ ଖୋଜାଖୋଜି କଲାପରେ ତାଙ୍କୁ କୁରୁଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ଗତ ୧୭/୧୦/୨୦୨୬ ତାରିଖରେ ରଶ୍ମି ନାଏକ ପୁଣି ନିଖୋଜ ହୋଇଯାଇଛନ୍ତି । ଅନେକ ଖୋଜାଖୋଜି ପରେ ମଧ୍ୟ କୈ।ଣସି ସନ୍ଧାନ ମିଳୁନାହିଁ ବୋଲି ତାଙ୍କ ପୁଅ ଏତଲାରେ ଉଲ୍ଲେଖ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତେବେ ୬୩୭୦୪୪୧୫୭୪ ନଂ ରେ ଯୋଗାଯୋଗ କରିବାକୁ ବିନମ୍ର ନିବେଦନ କରିଛନ୍ତି ।
