କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ କଟକ ଜିଲ୍ଲାରେ ନୂତନ ଯୋଗ ଶିକ୍ଷକ ନିର୍ମାଣ ପାଇଁ ପଚିଶି ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ହରିଦ୍ବାରର ସନ୍ୟାସୀ ଏବଂ ଜିଲ୍ଲା ତଥା ରାଜ୍ୟର ବରିଷ୍ଠ ଯୋଗ ଶିକ୍ଷକମାନେ ଯୋଗ, ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା, ଘରୋଇ ଉପଚାର, ଆକ୍ୟୁପ୍ରେସର ଚିକିତ୍ସା, ଷଟ୍ କ୍ରିୟା, ସରଳ ବୈଦିକ ଯଜ୍ଞ, ରାଷ୍ଟ୍ରବାଦ, ଜୈବିକ କୃଷି ଓ ବିଭିନ୍ନ ଆର୍ଷ ଗ୍ରନ୍ଥର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନା, ନିମାଇଁ ଚରଣ ଜେନା, କିଶୋର ସାଗର, ବିଚିତ୍ର କୁମାର ସାହୁ, ସ୍ବରୂପ ସାହୁ, ପ୍ରସନ୍ନ ଭୂୟାଁ, ପ୍ରିୟବ୍ରତ ରାଉତରାୟ, ଭରତ ଶର୍ମା, ତ୍ରିନାଥ ଦାସ, ମହେନ୍ଦ୍ର ତ୍ରିପାଠୀ, ନିତାଇ ବଳ, ସବିତା ପରିଡ଼ା, ସି ଏଚ୍ ବସନ୍ତା, ସୁରଭି ରାଉତ, ଗୀତାଞ୍ଜଳି ଶତପଥୀ, ବିଦ୍ୟୁତଲତା ରାୟ ଓ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମାବର୍ତ୍ତନ ଉତ୍ସବରେ ଶିବାଜୀ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ପ୍ରଶିକ୍ଷଣ ଶିବିରର ସଂଯୋଜକ ଭାବେ ଧନ୍ୟବାଦ ପ୍ରଦାନ କରିଥିଲେ। କଟକ ଜିଲ୍ଲାର ୧୩୫ ଜଣ ବ୍ୟକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ।
