• About Us
  • Contact Us
Friday, November 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରିପବ୍ଲିକାନ୍‌ଙ୍କ ପରାଜୟ ପରେ ଟ୍ରମ୍ପଙ୍କ ଉପରେ ଚାପ, କ୍ୟାବିନେଟ୍‌ରେ ହୋଇପାରେ ବଡ଼ ଅଦଳବଦଳ

by Voice of Victims
November 6, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ରିପବ୍ଲିକାନ୍‌ଙ୍କ ପରାଜୟ ପରେ ଟ୍ରମ୍ପଙ୍କ ଉପରେ ଚାପ, କ୍ୟାବିନେଟ୍‌ରେ ହୋଇପାରେ ବଡ଼ ଅଦଳବଦଳ

ଆମେରିକା: ଟ୍ରମ୍ପ ପ୍ରଶାସନରେ ବଡ଼ ହଲଚଲ । ଟ୍ରମ୍ପ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ଚର୍ଚ୍ଚା, କିଏ କିଏ ଦେବେ ଇସ୍ତଫା? ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ଙ୍କ ପରାଜୟ ପରେ ହ୍ୱାଇଟ୍ ହାଉସ୍ ରେ ହଲଚଲ  । ମାର୍କୋ ରୁବିଓଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା । ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ବ୍ୟାପକ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଡେମୋକ୍ରାଟିକ୍ ପାର୍ଟି କଂଗ୍ରେସର ଉଭୟ ସଦନରେ ନିୟନ୍ତ୍ରଣ ହାସଲ କରିବା ପରେ ଟ୍ରମ୍ପଙ୍କ ନୀତି ଓ ନେତୃତ୍ୱ ଉପରେ ଚାପ ବଢ଼ିଛି । ଏପରି ସ୍ଥିତିରେ ଟ୍ରମ୍ପ କ୍ୟାବିନେଟ୍ ର କେତେକ ବରିଷ୍ଠ ସଦସ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଆମେରିକୀୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି । ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ।

ରିପୋର୍ଟ ଅନୁଯାୟୀ, ରୁବିଓ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇ ୨୦୨୮ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି । ଇରାନ ଯୁଦ୍ଧ ଓ ଟ୍ରମ୍ପ ପ୍ରଶାସନର ବିବାଦୀୟ ନୀତିଠାରୁ ନିଜକୁ ଦୂରେଇ ରଖିବା ରୁବିଓଙ୍କ ପାଇଁ ରାଜନୈତିକ ଭାବେ ଲାଭଦାୟକ ହୋଇପାରେ ବୋଲି କେତେକ ରିପବ୍ଲିକାନ୍ ସୂତ୍ର ମତ ଦେଇଛନ୍ତି । ଏପରିକି ନୂଆ କଂଗ୍ରେସ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ପାଞ୍ଚଜଣ ପର୍ଯ୍ୟନ୍ତ କ୍ୟାବିନେଟ୍ ସଦସ୍ୟ ପଦ ଛାଡ଼ିପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ପାଞ୍ଚଜଣଙ୍କ ନାମ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତାଙ୍କୁ ବଦଳାଇବା ସମ୍ପର୍କରେ ଟ୍ରମ୍ପ ପରାମର୍ଶ ନେଉଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ରାଷ୍ଟ୍ରପତି ଏହାକୁ ଖଣ୍ଡନ କରିଛନ୍ତି । ସେହିପରି ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସଙ୍କ ପଦକୁ ନେଇ ମଧ୍ୟ କଳ୍ପନାଜଳ୍ପନା ରହିଛି। କିନ୍ତୁ ଉଭୟଙ୍କ ବିଦାୟ ସମ୍ପର୍କରେ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ । ମଧ୍ୟବର୍ତ୍ତୀ ନିର୍ବାଚନରେ ପରାଜୟ ପରେ ରିପବ୍ଲିକାନ୍ ନେତା ଓ ରଣନୀତିକାରମାନେ ଟ୍ରମ୍ପଙ୍କୁ ନୀତି ପରିବର୍ତ୍ତନ ଏବଂ ହ୍ୱାଇଟ୍ ହାଉସ୍ ରେ ନୂଆ ଟିମ୍ ଗଠନ ପାଇଁ ପରାମର୍ଶ ଦେଉଛନ୍ତି । ବିଶେଷକରି ଇରାନ ଯୁଦ୍ଧ, ଶୁଳ୍କ ନୀତି ଓ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚକୁ ନେଇ ଅସନ୍ତୋଷ ରହିଥିବା କୁହାଯାଉଛି । ତେବେ ଇସ୍ତଫା ସମ୍ପର୍କିତ ଖବରକୁ ହ୍ୱାଇଟ୍ ହାଉସ୍ ଓ ଆମେରିକାର ବୈଦେଶିକ ବିଭାଗ ଖଣ୍ଡନ କରିଛନ୍ତି । ମାର୍କୋ ରୁବିଓଙ୍କ ସମ୍ଭାବ୍ୟ ବିଦାୟ ସମ୍ପର୍କିତ ଦାବିକୁ ଭିତ୍ତିହୀନ ବୋଲି କୁହାଯାଇଛି । ତେଣୁ କିଏ ପଦ ଛାଡ଼ିବେ ଏବଂ କିଏ ଟ୍ରମ୍ପଙ୍କ ଟିମ୍ ରେ ରହିବେ, ତାହା ଏବେ ବି ଅନିଶ୍ଚିତ । ଆଗାମୀ ଦିନରେ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

Post Views: 5
Share196Tweet123Send
Voice of Victims

Voice of Victims

Recent Posts

  • ‘ରାମାୟଣ’ ରଚିଲା ଇତିହାସ!: ଭାଙ୍ଗିଲା ଆମିର ଖାନଙ୍କ ୮ ବର୍ଷ ପୁରୁଣା ରେକର୍ଡ
  • ରିପବ୍ଲିକାନ୍‌ଙ୍କ ପରାଜୟ ପରେ ଟ୍ରମ୍ପଙ୍କ ଉପରେ ଚାପ, କ୍ୟାବିନେଟ୍‌ରେ ହୋଇପାରେ ବଡ଼ ଅଦଳବଦଳ
  • ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ, ଏକାଠି ହେବେ ୫ ରାଜ୍ୟ
  • ଆଜି ଧନତରେସ, ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ
  • ଇରାନ ଯୁଦ୍ଧ ପାଇଁ ନିର୍ବାଚନରେ ରିପବ୍ଲିକାନ୍‌ଙ୍କୁ କ୍ଷତି, ସ୍ୱୀକାର କଲେ ଟ୍ରମ୍ପ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In