• About Us
  • Contact Us
Sunday, April 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନର ସର୍ତ୍ତ, ସମ୍ପୂର୍ଣ୍ଣ ସୁରକ୍ଷା ଏବଂ କଟକଣାରୁ ମୁକ୍ତି ହେଉଛି ମୁଖ୍ୟ ଦାବି

by Voice of Victims
April 8, 2026
in ଦେଶ ବିଦେଶ, ମୁଖ୍ୟ ଖବର
ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନର ସର୍ତ୍ତ, ସମ୍ପୂର୍ଣ୍ଣ ସୁରକ୍ଷା ଏବଂ କଟକଣାରୁ ମୁକ୍ତି ହେଉଛି ମୁଖ୍ୟ ଦାବି

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନର ସର୍ତ୍ତ । ଆମେରିକା ପକ୍ଷରୁ ଯୁଦ୍ଧବିରତି ଘୋଷଣା ହେବା ପରେ ଇରାନର ‘ଉଚ୍ଚସ୍ତରୀୟ ଜାତୀୟ ସୁରକ୍ଷା ପରିଷଦ’ ଏହାକୁ ଗ୍ରହଣ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି କହିଛନ୍ତି ଯେ, ଯଦି ଆମେରିକା ଏବଂ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ ବନ୍ଦ କରନ୍ତି, ତେବେ ଇରାନର ସେନା ମଧ୍ୟ ସେମାନଙ୍କର ପ୍ରତିରକ୍ଷା ଅପରେସନ୍ ବନ୍ଦ ରଖିବ । ଇରାନ ଆଗାମୀ ଦୁଇ ସପ୍ତାହ ପାଇଁ ‘ହରମୁଜ ପ୍ରଣାଳୀ’ ଦେଇ ଜାହାଜ ଚଳାଚଳକୁ ଅନୁମତି ଦେବ । କିନ୍ତୁ ଏଥିପାଇଁ ତେଲବାହୀ ଜାହାଜଗୁଡ଼ିକୁ ଇରାନ ସେନା ସହ ସମନ୍ୱୟ ରଖିବାକୁ ପଡ଼ିବ। ତେବେ କିଛି ବୈଷୟିକ ସମସ୍ୟା ଯୋଗୁଁ ଏହି ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେବ।

ଇରାନ ଏକ ‘୧୦-ପଏଣ୍ଟ’ ଶାନ୍ତି ପ୍ରସ୍ତାବ ଦେଇଛି, ଯାହାକୁ ଆମେରିକା ଆଲୋଚନା ପାଇଁ ଆଧାର ଭାବେ ଗ୍ରହଣ କରିଛି । ଏହି ପ୍ରସ୍ତାବ ଉପରେ ଆସନ୍ତା ଶୁକ୍ରବାର ଇସଲାମାବାଦରେ ବିସ୍ତୃତ ଆଲୋଚନା ହେବ । ଇରାନ ପକ୍ଷରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ଧନ୍ୟବାଦ ଦିଆଯାଇଛି, ଯେଉଁମାନେ ଏହି ଯୁଦ୍ଧ ରୋକିବା ପାଇଁ ମଧ୍ୟସ୍ଥତା କରିଥିଲେ । ଇରାନ ସ୍ପଷ୍ଟ କରିଛି ଯେ ଏହା କେବଳ ଏକ ଅସ୍ଥାୟୀ ବିରତି । ଯଦି ଆମେରିକା ସେମାନଙ୍କ ଉପରୁ ଆର୍ଥିକ କଟକଣା ନ ହଟାଏ କିମ୍ବା ସେନା ପ୍ରତ୍ୟାହାର ନକରେ, ତେବେ ପରିସ୍ଥିତି ପୁଣି ବଦଳିପାରେ । ଇରାନ ଏହି ୧୪ ଦିନିଆ ସମୟକୁ ନିଜର ଶକ୍ତି ପ୍ରଦର୍ଶନ ଏବଂ କୂଟନୈତିକ ସୁଯୋଗ ଭାବେ ଦେଖୁଛି । ସେମାନଙ୍କର ମୁଖ୍ୟ ଦାବି ହେଉଛି ସମ୍ପୂର୍ଣ୍ଣ ସୁରକ୍ଷା ଏବଂ କଟକଣାରୁ ମୁକ୍ତି ।

Post Views: 26
Share199Tweet125Send
Voice of Victims

Voice of Victims

Recent Posts

  • ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି
  • ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କଲବଲ କରିବ ତାତି, ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ
  • ୧୯୭୮ ତାଲିକା ତୁଳନାରେ ରତ୍ନଭଣ୍ଡାରରୁ ମିଳିଲା ଅଧିକ ଅଳଙ୍କାର
  • ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In