• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍‌

by Voice of Victims
October 2, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍‌

FILE PHOTO: A missile is launched during a military exercise in Isfahan, Iran, October 28, 2023. Iranian Army/WANA (West Asia News Agency)/Handout via REUTERS/File Photo

ତେହେରାନ, ଜେରୁଜେଲମ୍‌: କାଲି ପର୍ଯ୍ୟନ୍ତ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଂଗଠନ ହମାସ ଏବଂ ଲେବାନନ୍‌ର ହିଜବୁଲ୍ଲା ବିରୋଧରେ ଲଢ଼େଇ ଲଢ଼ିଆସୁଥିବା ଇସ୍ରାଏଲ୍‌କୁୂ ଏବେ ଇରାନ୍‌କୁ ମଧ୍ୟ କଡା ଟକ୍କର ଦେବାକୁ ହେବ। ଇରାନ୍ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇବା ପରେ ଇସ୍ରାଏଲ୍ ପାଇଁ ଏବେ ୩ପଟୁୂ ଯୁଦ୍ଧ ଲଢ଼ିବା ବାଧ୍ୟତାମୂଳକ ହୋଇପଡିଛି। ବିଶେଷକରି ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯିବା ପରେ ପରିସ୍ଥିତି ଅତ୍ୟଧିକ ଖରାପ ହୋଇପଡିଛି। ପରିସ୍ଥିତି ଏପରି ହୋଇଛି ଇରାନ-ଇସ୍ରାଏଲ ଯୁଦ୍ଧ ୩ୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଇରାନ୍ ସମର୍ଥିତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଇରାନ୍ ସରକାର ଏବେ ଦେଶର ସମସ୍ତ ମୁସଲିମ୍ ତଥା ଆରବ ଦେଶମାନଙ୍କ ସହ ଆଲୋଚନା କରିବା ପୂର୍ବକ ଇସ୍ରାଏଲ ବିରୋଧରେ ଏସବୁ ରାଷ୍ଟ୍ରଗୁଡ଼ିକୁ ଏକଜୁଟ୍ କରିବାରେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍ ମଧ୍ୟ ଆମେରିକା ସମେତ ପାଶ୍ଚାତ୍ୟ ଦେଶଙ୍କ ସମର୍ଥନ ଏବଂ ସହଯୋଗ ଆଳରେ ବଡ଼ ଲଢ଼େଇ ଲଢ଼ିବାକୁ ଅଣ୍ଟା ଭିଡିବାରେ ଲାଗିଛି। ଇସ୍ରାଏଲ୍ ତୁଳନାରେ ଇରାନ ଯଦିଓ ନିଜକୁ ବୃହତ୍ ସାମରିକ ଶକ୍ତି ଭାବେ ଦର୍ଶାଉଛି, ବାସ୍ତବରେ ଇସ୍ରାଏଲର ଅତ୍ୟାଧୁନିକ ସାମରିକ ଅସ୍ତ୍ରଶସ୍ତ୍ର ପାଖରେ ଇରାନ୍ ସେନା ଦୁର୍ବଳ ପ୍ରତୀତ ହେଉଛନ୍ତି। ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଏବେ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ବିଶେଷକରି ଇରାନ୍‌ର ଆଣବିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରି ଇସ୍ରାଏଲ୍ ସେନା ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଇରାନ୍ ପକ୍ଷରୁ ଆକ୍ରମଣ କରାଯିବା ପ୍ରସଙ୍ଗରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟାକୁ ଭଲଭାବେ ଧ୍ୟାନଦେଲେ ଏକ ବଡ଼ ପ୍ରତ୍ୟାକ୍ରମଣ କରିବା ଯୋଜନାରେ ଇସ୍ରାଏଲ ରହିଥିବା ଜଣାପଡୁଛି। ମିରର ଡଟ୍ ୟୁକେର ରିପୋର୍ଟ ଅନୁଯାୟୀ, ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ ବିବାଦ ବଢ଼ିଯାଏ ତେବେ ପାଶ୍ଚାତ୍ୟ ଦେଶ ମଧ୍ୟ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି। ଇସ୍ରାଏଲ୍‌କୁ ଆମେରିକା ଏବଂ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ମାତ୍ରାଧିକ ସମର୍ଥନ ରହିଥିବା ବେଳେ ଇରାନ୍ ପ୍ରତି ରୁଷ୍‌, ଉତ୍ତର କୋରିଆ, ଚୀନ୍ ଭଳି ଦେଶଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷେ ୟୁକ୍ରେନ୍ ସହ ରୁଷ୍‌ର ଯୁଦ୍ଧ ଜାରି ରହିଛି। ରୁଷ୍ ବିରୁଦ୍ଧରେ ଲଢୁଥିବା ୟୁକ୍ରେନକୁ ପାଶ୍ଚାତ୍ୟର ସମର୍ଥନ ରହିଛି। ୟେମେନ୍‌ର ହୁତି ଉଗ୍ରବାଦୀ ସଂଗଠନ ମଧ୍ୟ ଇସ୍ରାଏଲ ସହ ଲଢ଼େଇ କରୁଛନ୍ତି। ଅର୍ଥାତ୍ ଆଗାମୀ ଦିନରେ ୟେମେନ୍ ମଧ୍ୟ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇବା ସମ୍ଭାବନା ରହିଛି। ଏସବୁ ସ୍ଥିତି ତୃତୀୟ ବିଶ୍ୱଯୁଦ୍ଧର ଭୟକୁ ବୃଦ୍ଧି କରୁଛି। ଏସବୁ ମଧ୍ୟରେ ଇରାନ୍ ମଧ୍ୟ ଇସ୍ରାଏଲ୍‌ର ପ୍ରତ୍ୟାଆକ୍ରମଣକୁ ଅପେକ୍ଷା କରିଥିବା କହିଛି। ଇରାନ୍ କହିବାନୁସାରେ ପରବର୍ତ୍ତୀ ପ୍ରତ୍ୟାକ୍ରମଣ ନହେବା ଯାଏ ଇରାନ୍ ସେନା ଅସ୍ତ୍ର ବିରତି ଜାରି ରଖିବ। କିନ୍ତୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହେଲେ ଇରାନ୍ ଚୁପ୍ ରହିବ ନାହିଁ। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ଏବଂ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ପଚାରିବୁଝିଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲ୍‌କୁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ସେହିପରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଏପ୍ରକାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆରବ ଦେଶଗୁଡ଼ିକ ସହ ରୁଷ୍ ବିଦେଶ ମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି। ରୁଷ୍ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆରବ ଦେଶର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟ ସ୍ଥିତି ନେଇ ଆରବ ଦେଶଗୁଡ଼ିକ ରୁଷ୍ ସହିତ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଏହା ପରେ ରୁଷ୍ ଉକ୍ତ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ। ମଧ୍ୟପ୍ରାଚ୍ୟରେ ଏପ୍ରକାର ଅସ୍ଥିରତା ମଧ୍ୟରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ କ୍ରୁଡ୍ (ଡବ୍ଲ୍ୟୁଟିଆଇ ଅଶୋଧିତ) ମୂଲ୍ୟରେ ଅଶୋଧିତ ତୈଳ ଦର ପ୍ରାୟ ୫% ବୃଦ୍ଧି (ବ୍ୟାରେଲ ପିଛା ୭୫ ଡଲାର ବୃଦ୍ଧି) ପାଇଛି। ତୈଳ ଯୋଗାଣକାରୀ ଦେଶ ସମୂହ ଓପିଇସିର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ପ୍ରକାଶ, ଇରାନ ବିଶ୍ୱର ମୋଟ୍ ଏକ ତୃତୀୟାଂଶ ତୈଳ ଯୋଗାଇଥାଏ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In