• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି, ୮ହଜାର ପୋଲିସ ଥିଲେ ନିୟୋଜିତ

by Voice of Victims
February 2, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି, ୮ହଜାର ପୋଲିସ ଥିଲେ ନିୟୋଜିତ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ଲକ୍ଷଲକ୍ଷ ଲୋକ ନିଜ ପ୍ରିୟ ନେତା ‘ଅଜିତ ଦାଦା’ଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ଏହି ଦୁଃଖଦ ସମୟର ଫାଇଦା ଉଠାଇ ଚୋର ବଡ଼ କାରନାମା କରିଛି । ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି ।

୨୮ ଜାନୁଆରୀରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ବିମାନ ଦୁର୍ଘଟଣାରେ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପଡିଆରେ ସଂପୂର୍ଣ୍ଣ ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ଦର୍ଶନ ପାଇଁ ମହାରାଷ୍ଟ୍ରର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ବାରାମତି ପହଞ୍ଚିଥିଲେ । ପୁରା ସହର ଶୋକରେ ବୁଡ଼ିଥିଲା । ଯାହାର ଫାଇଦା ଉଠାଇଥିଲା ଚୋର । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିଲା ।

ଭିଡ଼ର ଫାଇଦା ଉଠାଇ ଚୋର ଲୋକଙ୍କୁ ଟାର୍ଗେଟ କରିଥିଲା । ପ୍ରାୟ ୧୫ ଜଣ ଲୋକଙ୍କ ବେକରୁ ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ଚୋରି ହୋଇଥିବା ଗହଣାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ କିଛି ସନ୍ଦିଗ୍ଧ ଚୋରକୁ ଲୋକମାନେ ଧରିପକାଇଥିଲେ ।

ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୮ ହଜାର ପୋଲିସ କର୍ମୀ ନିୟୋଜିତ ରହିଥିଲେ । ଏହାପରେ ମଧ୍ୟରେ ଚୋରି ଘଟଣା ଘଟିଥିଲା । ଯାହା ପୋଲିସ ବ୍ୟବସ୍ଥାକୁ ଏକ ବଡ଼ ଚ୍ୟାଲେଞ୍ଜ । ପୀଡିତ ନାଗରିକ ଅଭିଯୋଗ ଅନୁଯାୟୀ ପୋଲିସ ଥାନାରେ ମାମଲା ଦାୟର ହୋଇଥିଲା ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In