• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜ୍ଞାନେଶ କୁମାର ଦେଶର ନୂଆ ସିଇସି

by Voice of Victims
February 18, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଜ୍ଞାନେଶ କୁମାର ଦେଶର ନୂଆ ସିଇସି

ନୂଆଦିଲ୍ଲୀ : ଦେଶର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଭାବେ ନିଯୁକ୍ତ ଥିବା ରାଜୀବ କୁମାର (୧୯୮୪ ମସିହା ବିହାର/ଝାଡ଼ଖଣ୍ଡ ଆଇଏଏସ୍ କ୍ୟାଡର୍‌)ଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ତାଙ୍କ ସ୍ଥାନରେ କେରଳର ୧୯୮୮ ଆଇଏଏସ୍ କ୍ୟାଡର୍ ଜ୍ଞାନେଶ କୁମାରଙ୍କୁ ପଦୋନ୍ନତି ଦିଆଯାଇ ଦେଶର ୨୬ତମ ସିଇସି ପଦରେ ଅଧିଷ୍ଠିତ କରାଯାଇଛି। ୬୧ ବର୍ଷୀୟ ଜ୍ଞାନେଶ ସିଇସି ଭାବେ ଦାୟିତ୍ୱ ନେବା ପୂର୍ବରୁ କେନ୍ଦ୍ର ନିର୍ବାଚନ ଆୟୋଗରେ ଅନ୍ୟତମ କମିଶନର ଭାବେ ଦାୟିତ୍ୱ ତୁଲାଉଥିଲେ। ତେବେ ଦିନକ ପୂର୍ବେ କେନ୍ଦ୍ର ନିଯୁକ୍ତି ଚୟନ କମିଟି ବୈଠକରେ ରାଜୀବ କୁମାରଙ୍କ ସ୍ଥାନରେ ଜ୍ଞାନେଶଙ୍କୁ ଅବସ୍ଥାପିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଉପସ୍ଥିତ ଥିବା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ସିଇସି ନିଯୁକ୍ତି ପ୍ରକ୍ରିୟା ଉପରେ କିଛି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ବର୍ତ୍ତମାନ ସମୟରେ ଚୟନ କମିଟି ତରବରିଆ ଭାବେ ସିଇସି ନିଯୁକ୍ତ କରିବା ଉପରେ ସେ ପ୍ରଶ୍ନ କରିଥିଲେ। ଏହାସତ୍ତ୍ୱେ ଚୟନ କମିଟି ବହୁମତ ଆଧାରରେ ଜ୍ଞାନେଶ କୁମାରଙ୍କ ନାମରେ ମୋହର ମାରିଥିଲା। ସୋମବାର ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୮ ତାରିଖ ଅର୍ଥାତ୍ ମଙ୍ଗଳବାର ବିଦାୟୀ ରାଜୀବ କୁମାରଙ୍କଠାରୁ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ସେ ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହେବାର କୃତୀତ୍ୱ ଅର୍ଜନ କରିଛନ୍ତି। ରିପୋର୍ଟ ଅନୁସାରେ ଜ୍ଞାନେଶ କୁମାର ୨୦୨୯ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ ଏବଂ ଦାୟିତ୍ୱ ନିର୍ବାହ କରିବେ। ପ୍ରକାଶ, ବିଦାୟୀ ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ବେଶ୍ ବିବାଦୀୟ ରହିଥିଲା। ସେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ବରାବର ଅଭିଯୋଗ କରିଆସୁଥିଲେ ବିରୋଧୀ ଦଳଗୁଡ଼ିକ। ତେବେ ଜ୍ଞାନେଶ କୁମାର ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଥମରୁ ହିଁ ବିରୋଧ କରିବା ଆରମ୍ଭ କରିଛନ୍ତି। ସୁତରାଂ ଏସବୁ ବିବାଦ, ଅଭିଯୋଗରୁ ଉପରୁ ଉଠି ଦେଶର ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଜ୍ଞାନେଶଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ଚଳିତବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ସେହିପରି ୨୦୨୬ରେ ବେଙ୍ଗଲ ଓ ତାମିଲନାଡୁ ସମେତ ଆସମ ଓ କେରଳରେ ମଧ୍ୟ ଭୋଟିଂ ହେବାର ଅଛି। ଏସବୁ ନିର୍ବାଚନକୁ ପରିଚାଳନା କରିବାର ଦାୟିତ୍ୱ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ରହିବ। ମଙ୍ଗଳବାର ଗୋଟିଏ ପଟେ ଜ୍ଞାନେଶ କୁମାର ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟପକ୍ଷେ ୧୯୮୯ ବ୍ୟାଚ୍ ହରିଆଣା କ୍ୟାଡର୍ ଆଇଏଏସ୍ ବିବେକ ଯୋଶୀଙ୍କୁ ଅନ୍ୟତମ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ଜ୍ଞାନେଶ କୁମାର ସିଇସି ଭାବେ ପଦୋନ୍ନତି ପାଇବା ପରେ ୩ଜଣିଆ ନିର୍ବାଚନ ଆୟୁକ୍ତରେ ଗୋଟିଏ ପଦ ଖାଲି ହୋଇଥିଲା। ଏହି ସ୍ଥାନରେ ବିବେକ ଯୋଶୀଙ୍କୁ ନିଯୁକ୍ତି ମିଳିଛି। ପ୍ରକାଶ, ୩ଜଣିଆ କେନ୍ଦ୍ର ନିର୍ବାଚନ ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ରହୁଥିବା ବେଳେ ଅନ୍ୟ ୨ଜଣ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥାନ୍ତି। ନିର୍ବାଚନ ଆୟୋଗରେ ଅନ୍ୟତମ କମିଶନର ଭାବେ ଏବେ ଡ. ସୁଖବୀନ୍ଦର ସିଂ ସାନ୍ଧୁ ଅବସ୍ଥାପିତ ଅଛନ୍ତି।

Post Views: 115
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In