• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳା: ୩୩୦ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

by Voice of Victims
October 29, 2024
in ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ୱରରେ ରୋଜଗାର ମେଳା: ୩୩୦ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ପ୍ରାୟ ୩୩୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଆୟକର ବିଭାଗ, ଆଇଆଇଟି ଭୁବନେଶ୍ବର, ସିଆରପିଏଫରେ ଜଣେ ଲେଖାଏଁ, ସିଆଇଏସଏଫରୁ ତିନି ଜଣ, ପୂର୍ବତଟ ରେଳବାଇରେ ୧୩ ଜଣ, ଭାରତୀୟ ଷ୍ଟେଟବ୍ୟାଙ୍କରେ ୨୪ ଜଣ, ଏମ୍ସ ଭୁବନେଶ୍ୱରରୁ ୭୦ ଜଣ, ଡାକ ବିଭାଗରେ ୨୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ କ୍ରମାଗତ ଭାବେ ରୋଜଗାର ମେଳା ଆୟୋଜନ କରାଯାଇ ଆସୁଛି। ସିଏସଆଇଆର-ଆଇଏମଏମଟି ପରିସରରେ ଆୟୋଜିତ ଆଜିର ରୋଜଗାର ମେଳାକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ୍‌ କହିଛନ୍ତି, ବର୍ତ୍ତମାନର ସରକାର ସାର୍ବଜନୀନ ରୋଜଗାର ମେଳା ଆୟୋଜନ କରି ଯୁବବର୍ଗଙ୍କୁ ବ୍ୟାପକ ସଂଖ୍ୟାରେ ସରକାରୀ ଚାକିରି ଦେଉଛନ୍ତି। ଦେଶର ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିନବ ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ଏଭଳି କାର୍ଯ୍ୟକ୍ରମ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ଚାକିରି ସୁଯୋଗ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ ହେବା ଲାଗି ଅନୁପ୍ରାଣିତ କରିବ। ସରକାର କେବଳ ଚାକିରି ସୃଷ୍ଟି କରୁନାହାନ୍ତି, ବରଂ ଯୁବବର୍ଗଙ୍କୁ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ବୋଲି ଶ୍ରୀ ଓରାମ୍‌ କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ସରକାରୀ ଚାକିରି ପାଇଥିବା ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

Post Views: 38
Share199Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In