• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶାନ୍ତିପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ପୋଲିସ ଓ ସିଆରପିଏଫର ମିଳିତ ଫ୍ଲାଗ ମାର୍ଚ୍ଚ

by Voice of Victims
April 15, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶାନ୍ତିପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ପୋଲିସ ଓ ସିଆରପିଏଫର ମିଳିତ ଫ୍ଲାଗ ମାର୍ଚ୍ଚ

ଉମରକୋଟ (ଭିଓଭି): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ଆୟୋଜନ ନିମନ୍ତେ ଉମରକୋଟ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ନବରଙ୍ଗପୁର ଏସପି ରୋହିତବର୍ମାଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ପୋଲିସ ଏସଡିପିଓ ମଧୁଶିକ୍ତା ମିଶ୍ରଙ୍କ ନେତୃତ୍ୱ ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମ୍ୟୁନିସିପାଲିଟି ଓ ବ୍ଲକ୍ ସଦରର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥଗୁଡ଼ିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟକଳାପ ଓ ବେଆଇନ ମଦ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ। ଏଥି ସହ ବିଭିନ୍ନ ପ୍ରକାରର ଅପରାଧ, ନିର୍ବାଚନୀ ହିଂସା ଉପରେ ପୋଲିସର ନଜର ରହିବ ବୋଲି ଉମରକୋଟ ଏସଡିପିଓ ମଧୁଶିକ୍ତା ମିଶ୍ର ପ୍ରକାଶ କରିଛନ୍ତି। ଏସଡିପିଓ ମଧୁ ଶିକ୍ତା ମିଶ୍ରଙ୍କ ସହ ତହସିଲଦାର ମାଗବାନ ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ଆଇଆଇସି ଡମ୍ବରୁଧର ପ୍ରଧାନ, ଏସଆଇ ଅକ୍ଷୟ ମିଶ୍ର, ପ୍ରକାଶ ମିଶ୍ର, ଶିବଜୀ ପଣ୍ଡା, ସୌମେନ୍ଦ୍ର ସେଠ, ପ୍ରତିମା ଟେଟେ, ସିଆରପିଏଫ୍‌ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ସମେତ ବହୁ ସିଆରପିଏଫ୍ ଫୋର୍ସ, ଥାନାର ପୋଲିସ କର୍ମଚାରୀ ଓ ଗୋଟିଏ ପ୍ଲାଟୁନ ଆଇଆରବି ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।

Post Views: 31
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In