• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆସିବ କାନ୍ଦା ଏକ୍ସପ୍ରେସ, ଦୀପାବଳି ପୂର୍ବରୁ ଶସ୍ତା ହେବ ପିଆଜ

by Voice of Victims
October 20, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆସିବ କାନ୍ଦା ଏକ୍ସପ୍ରେସ, ଦୀପାବଳି ପୂର୍ବରୁ ଶସ୍ତା ହେବ ପିଆଜ

ନୂଆଦିଲ୍ଲୀ : ଦିପାବଳୀ ପୂର୍ବରୁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଦେଶରେ ପିଆଜର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ ବଜାରରେ ପିଆଜର ଉପଲବ୍ଧତାକୁ ବଜାୟ ରଖିବା ପାଇଁ ଗ୍ରାହକ/ ଖାଉଟି ମନ୍ତ୍ରଣାଳୟ ବର୍ତ୍ତମାନ ପିଆଜର ଅଧିକ ଚାହିଦା ଥିବା ସହରଗୁଡ଼ିକ ପାଇଁ ‘କାନ୍ଦା ଏକ୍ସପ୍ରେସ’ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦୀପାବଳି ପୂର୍ବରୁ ପିଆଜ ଦର ଶସ୍ତା ହେବାର ଆଶା ସଞ୍ଚାର ହୋଇଛି। ଏପରି ହେଲେ ଦେଶରେ ପ୍ରଥମ ଥର ପାଇଁ ଦେଶର ପ୍ରତ୍ୟେକ ରୋଷେଇ ଘର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ‘ପିଆଜ’ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ଦେଖିବାକୁ ମିଳିବ। ଅଧିକାଂଶ ଭାରତୀୟ ବଜାରରେ କିଲୋ ପିଛା ଏବେ ୭୫ରୁ ୧୦୦ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ସରକାର ଏହାକୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ କିଲୋ ପ୍ରତି ୩୫ ଟଙ୍କାରେ ଉପଲବ୍ଧ କରାଇବେ ବୋଲି ସୂଚନା ମିଳିଛି। ଭାରତ ସରକାର ଏବେ କାନ୍ଦା ଏକ୍ସପ୍ରେସ’ (ପିଆଜ ବହନକାରୀ ଏକ ସ୍ୱତନ୍ତ୍ର ଟ୍ରେନ୍‌) ଚଳାଇବା ପୂର୍ବକ ୯୧,୯୬୦ ଟନ୍ ପିଆଜକୁ ଦେଶର ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ ଏବଂ ରିଲାଏନ୍ସ ଫ୍ରେସ୍ ଭଳି ଆଉଟଲେଟ୍ ପର୍ଯ୍ୟନ୍ତ ପହଞ୍ଚାଇବେ। ଏତଦ୍‌ବ୍ୟତୀତ କେନ୍ଦ୍ରୀୟ ଭଣ୍ଡାର ଏବଂ ମୋବାଇଲ୍ ଭ୍ୟାନ୍ ଯୋଗେ ମଧ୍ୟ ଭାରତ ସରକାର ପିଆଜ ବିକ୍ରି କରିବାକୁ ଯୋଜନା କରିଛନ୍ତି ଯାହା ଫଳରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ପିଆଜ ମିଳିପାରିବ। ସୂଚନାଯୋଗ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ସରକାର ଦିଲ୍ଲୀବାସୀଙ୍କ ପାଇଁ ‘କାନ୍ଦା ଏକ୍ସପ୍ରେସ’ ଯୋଗେ ମହାରାଷ୍ଟ୍ରର ନାସିକ୍‌ରୁ ରେଳପଥ ଯୋଗେ ୧୬୦୦ ଟନ୍ ପିଆଜ ଆଣୁଛନ୍ତି। ରବିବାର (୨୦, ଅକ୍ଟୋବର) ଦିଲ୍ଲୀରେ ଆସି ପହଞ୍ôଚଥିବା ଏହି ‘କାନ୍ଦା ଏକ୍ସପ୍ରେସ’ରେ ମୋଟ୍ ୪୨ଟି ବଗି ରହିଛି। ଏସବୁଥିରେ ପିଆଜ ଲୋଡ୍ ହୋଇ ଆସିଛି। କିଶନଗଞ୍ଜ ରେଲୱେ ଷ୍ଟେସନ୍ ଠାରେ ପହଞ୍ôଚଥିବା ଏକ୍ସପ୍ରେସ୍ ଟ୍ରେନ୍‌ରେ ଆସିଥିବା ପିଆଜକୁ ଏବେ ଦିଲ୍ଲୀର ହୋଲସେଲ୍ ବଜାରକୁ ଯିବ। ଏଠାରୁ ଦିଲ୍ଳୀ ଏବଂ ଏନ୍‌ସିଆର ଅଞ୍ଚଳ ପର୍ଯ୍ୟନ୍ତ ପିଆଜର ଷ୍ଟକ୍ ପଠାଯିବ। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସଚିବ ନିଧି ଖାରେ କହିଛନ୍ତି, ପିଆଜ ଦର ବୃଦ୍ଧି ହେବାର କାରଣ ହେଉଛନ୍ତି ହୋର୍ଡିଂ ବ୍ୟବସାୟୀ। ଯେଉଁମାନେ ଜାଣିଶୁଣି ବଜାରକୁ ପିଆଜ ଆଣୁନାହାନ୍ତି। କିନ୍ତୁ ବଜାରକୁ ସରକାରୀ ପିଆଜ ଆସିବା ସହିତ ପିଆଜର ମୂଲ୍ୟ ମଧ୍ୟ ହ୍ରାସ ପାଇବ। ତେବେ ଏହି କାନ୍ଦା ଏକ୍ସପ୍ରେସ ଦ୍ୱାରା ଆସିଥିବା ପିଆଜ ଯୋଗୁ ଦିଲ୍ଲୀ-ନ୍ୟାସନାଲ କ୍ୟାପିଟାଲ୍ ରିଜିଅନ୍ (ଏନସିଆର)ରେ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି। ଆଗାମୀ ଦିନରେ ଆସାମ, ନାଗାଲାଣ୍ଡ ଏବଂ ମଣିପୁର ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା କରାଯିବ। କ୍ଷତି ହ୍ରାସ କରିବା ପାଇଁ ‘ସିଲ୍ କଣ୍ଟେନର’ ପରିବହନ ପାଇଁ ସରକାର ଲଜିଷ୍ଟିକ୍ କମ୍ପାନୀ କନକୋର୍ଡ ସହିତ ମଧ୍ୟ ଆଲୋଚନା କରୁଛନ୍ତି। ଗୁଜରାଟ, ହରିଆଣା, ଓଡ଼ିଶା, ପଞ୍ଜାବ, ଝାଡଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଏବଂ ମଣିପୁର ସମେତ ବିଭିନ୍ନ ରାଜ୍ୟରେ ଗତ କିଛି ସପ୍ତାହ ମଧ୍ୟରେ ଏସବୁ ରାଜ୍ୟରେ ପିଆଜ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ତେବେ କାନ୍ଦା ଏକ୍ସପ୍ରେସ ଚଳାଚଳ ପଦକ୍ଷେପ ଏବଂ ମହାରାଷ୍ଟ୍ରରୁ ନୂଆ ଫସଲର ଆଶା କରାଯାଉଥିବା ବେଳେ ମୂଲ୍ୟ ସ୍ଥିରତାକୁ ନେଇ ସରକାର ଆଶାବାଦୀ ଅଛନ୍ତି। ଏହାଦ୍ୱାରା ଦୋକାନରେ ପିଆଜର ହାରାହାରି କ୍ରୟ ଦର କିଲୋଗ୍ରାମ ପିଛା ୨୮ ଟଙ୍କା ହୋଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି। ନିଧି ଖାରେଙ୍କ କହିବାନୁସାରେ କେନ୍ଦ୍ରୀୟ ଷ୍ଟୋରଗୁଡ଼ିକରେ ଗଚ୍ଛିତ ପିଆଜ ରିହାତି ମୂଲ୍ୟରେ ବିକ୍ରି ହେଉଛି। ଖୁଚୁରା ମୂଲ୍ୟ ହ୍ରାସ କରିବାକୁ ଏହି ପଦକ୍ଷେପକୁ ଆଗକୁ ବଢ଼ାଇ ଦୀପାବଳି ପୂର୍ବରୁ ‘ମୋବାଇଲ୍ ଭ୍ୟାନ୍‌’ ସଂଖ୍ୟା ୬୦୦ ରୁ ୧୦୦୦କୁ ବୃଦ୍ଧି କରାଯିବ। ପ୍ରକାଶ, ଗତ ସେପ୍ଟେମ୍ବର ୫ ତାରିଖରୁ ଭାରତ ସରକାର ମୋବାଇଲ୍ ଭ୍ୟାନ୍‌, ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନ୍‌ସିସିଏଫ୍‌) ଏବଂ ନ୍ୟାସନାଲ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍‌) ଦୋକାନ, ଇ-କମର୍ସ ପ୍ଲାଟଫର୍ମ, ମଦର ଡାଏରି ମାଧ୍ୟମରେ ବିଭିନ୍ନ ଷ୍ଟୋରରେ ପିଆଜ କମ୍ ଦରରେ ବିକ୍ରି କରୁଛନ୍ତି।

Post Views: 41
Tags: Kanda Express will arrive
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In