ଚମ୍ପୁଆ: ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି କରଞ୍ଜିଆ ହୁଡ଼ି ସାହି ବାସୀ । ଭୂମିହୀନ ପଟ୍ଟା ରୁ ବଞ୍ଚିତ ହେବାରୁ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ କରଞ୍ଜିଆ ଗ୍ରାମ ବାସୀ ର ଲୋକେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ମିଳିପାରିନାହିଁ କରଞ୍ଜିଆ ହୁଡି ସାହି ବାସୀ ଙ୍କୁ ଭୂମିହୀନ ମାନଙ୍କର ପଟ୍ଟା । ଜମିପଟ୍ଟା ନ ଥିବାରୁ ଆବାସ ଗୃହ ଠାରୁ ଆରମ୍ଭ କରି ପିଲାଙ୍କ ଉଚ୍ଚଶିକ୍ଷାପାଇଁ ଆବଶ୍ୟକତା ଥିବା ବିଭିନ୍ନ ପ୍ରମାଣ ପତ୍ରରୁ ବଞ୍ଚିତ ରହୁଛନ୍ତି ଏମାନେ, ଏହାକୁ ନେଇ ଚମ୍ପୁଆ ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଗୁହାରୀ କରିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ କରଞ୍ଜିଆ ହୁଡି ସାହିରେ ୩୦ ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ । ମୂଲ ମଜୁରୀ ଲାଗି ପରିବାର ପ୍ରତି ପୋଷଣ କରୁଥିବା ଏହି ଗ୍ରାମବାସୀ ପାଇଁ ସରକାରୀ ଯୋଜନା ସତେ ଯେମିତି ଅପହଞ୍ଚ ହୋଇ ପଡିଛି ।

ସାହିରେ ସମସ୍ତେ ପ୍ରାୟ ଭୂମିହୀନ l ଜମିପଟ୍ଟା ନ ଥିବାରୁ ଆବାସ ଗୃହ, ପିଲାଙ୍କ ଉଚ୍ଚଶିକ୍ଷାପାଇଁ ବିଭିନ୍ନ ପ୍ରମାଣପତ୍ର ମିଳିପାରୁ ନାହିଁ, ଏହି ସାହି ବାସୀଙ୍କ ପାଇଁ ପ୍ରଶାସନ ଯେପରି ଆଖିବୁଜି ଦେଇଛି । ଏନେଇ ପୂର୍ବରୁ ମଧ୍ୟ ବହୁବାର ପ୍ରଶାସନ କୁ ଜଣାଇ ଥିଲେ ସୁଦ୍ଧା ଏଯାଏଁ ଭୂମିହୀନ ପଟ୍ଟାରୁ ବଞ୍ଚିତ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତେବେ ଦେଖିବାକୁ ବାକିରହିଲା ଜିଲ୍ଲାପାଳ ଙ୍କୁ ଲିଖିତ ଆକାର ରେ ଦୁଃଖ ଜଣାଇବା ପରେ କେବେ ସାହି ବାସୀ ଙ୍କ ସପ୍ନ ପୂରଣ ହେଉଛି।
