• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ…., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ

by Voice of Victims
May 21, 2024
in ମୁଖ୍ୟ ଖବର, ରାଜ୍ୟ
ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ…., ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଉପରେ ଜବାବ ରଖିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଏବଂ କଟକରେ ଦେଇଥିବା ତାଙ୍କ ଭାଷଣରେ ସିଧା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ନାମ ନ ନେଇ ସେ ଜଣେ ଖଣି ମାଫିଆ, ଜମି ମାଫିଆ ପ୍ରଭୃତି କହି ସମାଲୋଚନା କରିଛନ୍ତି। ଏପରିକି ଓଡିଶାରେ ବିଜେପି ସରକାର ଆସିଲେ ସେହି ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି କଡା ଭାଷାରେ ଗାଳି କରିଛନ୍ତି। ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ସେ ନା ନ ନେଇ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ବର୍ତ୍ତମାନ ମିଳୁ ନାହିଁ। ଛଅ ବର୍ଷ ଧରି ସେ ଚାବି ହଜିଯାଇଛି। ବର୍ତ୍ତମାନ ସେ ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥାତ ସେ ପରୋକ୍ଷାରେ ତାମିଲନାଡୁର ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣର ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ନ୍ୟୁଜ ଏଜନେସ୍ ପିଟିଆଇକୁ ଏକ ସାକ୍ଷାତକାର ଦେଇ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଯଦି ତାମିଲନାଡୁରେ ଚାବି ଅଛି ବୋଲି ପ୍ରଧାନମନ୍ତ୍ରୀ ଜାଣିଛନ୍ତି ତେବେ ତାଙ୍କର ତଦନ୍ତ ଏଜେନସି ଲଗାଇ ଖୋଜି ଆଣନ୍ତୁ। ତାଙ୍କ ଅଧିନରେ ସବୁ ତଦନ୍ତ ସଂସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଦି ଏତେ ସୂଚନା ଅଛି ତେବେ କାହାକୁ କହିଲେ ସେମାନେ ଖୋଜି ଆଣିପାରନ୍ତେ ବୋଲି ପାଣ୍ଡିଆନ କହିଛନ୍ତି। ଏହାକୁ ନେଇ ପାଣ୍ଡିଆନ ଆହୁରି କହିଛନ୍ତି ଯେ, ସେମାନଙ୍କର ପାଖରେ କୌଣସି ପ୍ରସଂଗ ନାହିଁ । ସେଥିପାଇଁ ଏପରି ଅପ୍ରସଂଗକୁ ପ୍ରସଂଗ କରି କହିବୁଲୁଛନ୍ତି। ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ କହିବା ଏକ ରାଜନୈତିକ ଭାଷଣ। ଏଥିରେ ସେମିତି ଗୁରୁତ୍ବ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି। ସେହିପରି ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗରେ ପାଣ୍ଡିଆନ କହିଛନ୍ତି ଯେ, ଏ ନେଇ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ଖୋଲାଯାଉ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଦିନ ମଧ୍ୟ ଧାର୍ଯ୍ୟ କରିସାରିଛନ୍ତି। ସରକାରଙ୍କ ତରଫରୁ ଏକ କମିଟ ଗଠନ ପାଇଁ କୁହାଯାଇଛି ତାହା ମଧ୍ୟ କରାଯାଇଛି। ଚଳିତ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ବହୁ ପୂର୍ବରୁ ନିଷ୍ପତି ସରିଛି ବୋଲି ପାଣ୍ଡିଆନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ 45 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ତେବେ ସେ ଜାଣିଛନ୍ତି କି ନାହିଁ ଓଡିଶାରେ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା। ସେମାନେ ମଧ୍ୟ ସରକାରରେ ଥିଲେ। ସେତେବେଳେ ସେମାନେ କାହିଁକି ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

Post Views: 59
Tags: Karthik Pandian responds to PM's speech in Tamil Nadu
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
  • ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
  • ପଦାରେ ପଡ଼ିଲା AIADMKର ଆଭ୍ୟନ୍ତରୀଣ କନ୍ଦଳ, ପରାଜୟ ପରେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି
  • ଇରାନ ଯୁଦ୍ଧ ମଧ୍ୟରେ ଚୀନ ଗସ୍ତ କରିବେ ଡୋନାଲ୍ଡ ଟ୍ରମ୍ପ
  • ବର୍ଷେ ଯାଏଁ ସୁନା ନ କିଣିବା ପାଇଁ ପରାମର୍ଶ ଦେଲେ ମୋଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In