ନୟାଗଡ଼: ବଢ଼ିଲା SDPOଙ୍କ ଅଡ଼ୁଆ । ବଦଳିଲେ ଖଣ୍ଡପଡା SDPO। ବିବାହିତ ମହିଳାଙ୍କୁ ଖଣ୍ଡପଡ଼ା SDPOଙ୍କ ପ୍ରେମ ନିବେଦନ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖଣ୍ଡପଡ଼ା SDPOଙ୍କୁ ନୟାଗଡ଼ ହେଡ କ୍ବାଟରକୁ ବଦଳି କରାଯାଇଛି । ଜଣେ ବିବାହିତାଙ୍କୁ ପୋଲିସ ବାବୁ ପ୍ରେମ ନିବେଦନ କରୁଥିବା ଅଡିଓ ରେକଡିଂ ଭାଇରାଲ ହୋଇଥିଲା । ରେକଡିଂ ଭାଇରାଲ ପରେ ମହିଳା ଜଣଙ୍କ ହାଇକୋର୍ଟ, ମାନବାଧିକାର କମିଶନର, ମହିଳା କମିଶନର ଓ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ମେସେଞ୍ଜରରେ ମଧ୍ୟ sdpo ମେସେଜ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ମାମଲାକୁ ନେଇ ଖଣ୍ଡପଡା SDPO ଙ୍କୁ ନୟାଗଡ଼ ହେଡ କ୍ବାଟରକୁ ବଦଳି କରାଯାଇଛି ଏବଂ ନୟାଗଡ଼ ହେଡ କ୍ବାଟରର SDPO ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାୟିତ୍ବ ଦିଆଯାଇଛି ।
ମହିଳା କମିଶନରଙ୍କ ଦ୍ବାରସ୍ଥ ହେଲେ ମହିଳା । SDPO ଙ୍କ ବିରୋଧରେ କେସ ରୁଜୁ ପରେ ଗିରଫ ଦାବି କଲେ ମହିଳା । ସମ୍ପୃକ୍ତ ଅଧୀକାରି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏଭଳି ସ୍ଥିତିରେ ତାଙ୍କୁ ଗିରଫ କରି ଜେଲ ପଠାଯାଉ । ତାଙ୍କ ବିରୋଧରେ BNS ଧାରାରେ ସଙ୍ଗୀନ ଦଫା ଲାଗିଛି । BNS ଧାରା ୨୯୬-ଅଶ୍ଳୀଳ ଇଙ୍ଗିତ, ୩୫୧(୪)-ଅପରାଧିକ ମନ ବୃତି ନେଇ ନିଜକୁ ଲୁଚାଇ ଅପରାଧ ଘଟାଇବା, ୭୫(୨)-ଅସଦାଚରଣ, ୭୮(୨)ପିଛା କରିବା ଆଦି ସଙ୍ଗୀନ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
