• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ,ଏୟାରପୋର୍ଟ ଏଜି ଛକରେ ରାସ୍ତାରୋକ

by Voice of Victims
February 2, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ,ଏୟାରପୋର୍ଟ ଏଜି ଛକରେ ରାସ୍ତାରୋକ

ଭୁବନେଶ୍ୱର : ରାଜଧାନୀରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଛନ୍ତି । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କିନ୍ନର ସଂଘ । ହତ୍ୟାକାରୀକୁ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଓ ମୃତକ ପରିବାରରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଏପଟେ ହତ୍ୟାକାଣ୍ଡର ତଦନ୍ତ କରୁଛି ପିପିଲି ପୋଲିସ। ମର୍ଡର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ପୋଲିସ।

ଅନ୍ୟପଟେ ମୃତକ ଅଞ୍ଜଳିର ପରିଚୟ ବୀନେଶ ରାଉତ ବୋଲି ଜଣାପଡିଛି । ଯାହାର ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି। ବର୍ଷେ ହେଲା ଭୁବନେଶ୍ୱର ଆସିଥିଲେ ଅଞ୍ଜଳି । ସେଠାକାର ଲୋକଙ୍କୁ ନେଇ ପଚରାଉଚରା କରାଯିବ । ସିଡିଆର ମଗାଯାଇଛି ବୋଲି ସୂଚନା ଦେଇଛନ୍ତି ପିପିଲି ଥାନାଧିକାରି ସୋମେନ୍ଦୁ ତ୍ରିପାଠୀ  । ସେପଟେ କିନ୍ନର ଅଞ୍ଜଳି ହତ୍ୟା ଘଟଣାରେ ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତ ବିଶ୍ୱନାଥପୁର ଗାଁରେ ଥିବା ତାଙ୍କ ବଡବାପା , ଆତ୍ମୀୟ ଓ ବନ୍ଧୁମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ ବହୁତ ଭଲ ପିଲା ଥିଲେ । ଯୋଗ ଶିକ୍ଷକ ଥିଲେ । ନିଜ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୋଗ ଶିଖାଉ ଥିଲେ ଓ ବେଶ ଉଚ୍ଚ ଶିକ୍ଷିତ ଥିଲେ। କଣ ପାଇଁ ତାଙ୍କର ହତ୍ୟା ହେଲା ତାହାର ପୂର୍ଣ୍ଣ ତଦନ୍ତ କରି ପ୍ରକୃତ କାରଣ ବାହାର କରିବା ସହ ଦୋଷୀଙ୍କୁ କଡା ଦଣ୍ଡ ଦେବାପାଇଁ ପୋଲିସ ପ୍ରଶାସନକୁ ଗୁହାରି କରିଛନ୍ତି। ତେବେ ସେ କିନ୍ନର ବୋଲି ତାଙ୍କ ଯୋଗ ଛାତ୍ର ଓ ଘର ଲୋକ ସ୍ୱୀକାର କରି ନାହାନ୍ତି ।

ଗତକାଲି ସନ୍ଧ୍ୟାରେ ଅଞ୍ଜଳିଙ୍କ ସହ କିଛି ଦୁର୍ବୃତ୍ତଙ୍କ ଯୁକ୍ତିତର୍କ ହୋଇଥିଲା । ବିରୋଧ କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଭାବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In