• About Us
  • Contact Us
Sunday, October 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଭିଷେକ ବାନାର୍ଜୀଙ୍କୁ କୋଲକାତା ପୋଲିସ ପୁଣି ପଠାଇଲା ନୋଟିସ୍, ସୋମବାର ହେବ ପଚରା ଉଚରା

by Voice of Victims
October 11, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅଭିଷେକ ବାନାର୍ଜୀଙ୍କୁ କୋଲକାତା ପୋଲିସ ପୁଣି ପଠାଇଲା ନୋଟିସ୍, ସୋମବାର ହେବ ପଚରା ଉଚରା

କୋଲକାତା: ତୃଣ ମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଡାୟମଣ୍ଡ ହାର୍ବରରୁ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କୁ କୋଲକାତା ପୋଲିସ ରବିବାର ନୂଆ ନୋଟିସ୍ ଜାରି କରିଛି। ଏଥିରେ ତାଙ୍କୁ ୧୨ ଅକ୍ଟୋବର ସୋମବାର ପଚରା ଉଚରା ପାଇଁ ହାଜର ହେବାକୁ କୁହାଯାଇଛି। ଏହି ମାମଲା ଅଗଷ୍ଟ ୨୭ ତାରିଖରେ ସେଣ୍ଟ୍ରାଲ କୋଲକାତାର କ୍ୟାମାକ ଷ୍ଟ୍ରିଟ୍ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ପାର୍ଟି କାର୍ଯ୍ୟକର୍ତ୍ତା, ପୋଲିସ କର୍ମଚାରୀ ଓ କୋଲକାତା ନଗର ନିଗମ (କେଏମସି) କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ସମ୍ପର୍କିତ।

କେଏମସି କର୍ମଚାରୀ ପୋଲିସ ସହିତ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଲାଗିଥିବା କଥିତ ଅବୈଧ ହୋର୍ଡିଂ ହଟାଇବାକୁ ପହଞ୍ଚିଥିଲେ। ତେବେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଝଗଡ଼ା ଭଳି ପରିସ୍ଥିତି ଉପୁଜିଥିଲା। ତାଜା ନୋଟିସ୍ ରେ ଅଭିଷେକଙ୍କୁ ସେକ୍ସପିୟର ସାରଣୀ ପୋଲିସ ଷ୍ଟେସନକୁ ପଚରା ଉଚରା ନିମନ୍ତେ ଆସିବାକୁ କୁହାଯାଇଛି। କାରଣ କ୍ୟାମାକ୍ ଷ୍ଟ୍ରିଟ୍ ସ୍ଥିତ ତାଙ୍କ କାର୍ଯ୍ୟାଳୟ ଏହି ପୋଲିସ ଥାନା ଅଞ୍ଚଳରେ ଆସୁଛି। ରବିବାର ମଧ୍ୟାହ୍ନରେ ସେକ୍ସପିୟର ସାରଣୀ ପୋଲିସର ଏକ ଟିମ ଦକ୍ଷିଣ କୋଲକାତାର କାଲିଘାଟସ୍ଥିତ ଅଭିଷେକଙ୍କ ଘରକୁ ଆସି ନୋଟିସ୍ ଦେଇଯାଇଛି।

ଏହା ପୂର୍ବରୁ ଅକ୍ଟୋବର ୮ ତାରିଖ ଦିନ ମଧ୍ୟ ପଚରା ଉଚରା ପାଇଁ ଅଭିଷେକଙ୍କୁ ନୋଟିସ୍ ଦିଆଯାଇଥିଲା। ତେବେ ଅଭିଷେକ ସେତେବେଳେ ନୂଆ ଦିଲ୍ଲୀରେ ଥିଲେ ଏଣୁ ପୋଲିସ ନୋଟିସ୍ ଦେଇ ନ ପାରି ଫେରି ଯାଇଥିଲା। ସୂତ୍ର ଅନୁସାରେ କେଏମସି ପକ୍ଷରୁ ତୃଣ ମୂଳ କଂଗ୍ରେସର କେତେକ ନେତାଙ୍କ ବିରୋଧରେ ରୁଜୁ ଅଭିଯୋଗ ଆଧାରରେ ଏଫଆଇଆର ହୋଇଥିବା ବେଳେ ନୂଆ ନୋଟିସ୍ ଜାରି ହୋଇଛି। ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କ ନାମ ମଧ୍ୟ ରହିଛି। ଏହା ପୂର୍ବରୁ ପୋଲିସ ମାମଲାରେ ଅଭିଷେକଙ୍କୁ ଦୀର୍ଘ ୬ ଘଣ୍ଟା କାଳ ପଚରା ଉଚରା କରିଥିଲା।

ଏ ନେଇ ସେକ୍ସପିୟର ସାରଣୀ ଥାନାରେ ରୁଜୁ ୩ଟି ଏତଲାରେ ତୃଣ ମୂଳ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ମାରପିଟ କରିବା, ଏଥିରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ମର୍ଯ୍ୟଦା ଭଙ୍ଗ କରିବାକୁ ଉଦ୍ୟମ କରିବା ଆଦି ଅଭିଯୋଗ ରହିଛି। ୩ଟିରୁ ୨ଟି ଏତଲାରେ ଅଭିଷେକ ବାନାର୍ଜୀ, ଡେରେକ୍ ଓ’ବ୍ରାୟନ, ହୁମାୟୁନ କବିର ଏବଂ ବୈଶ୍ୱାନର ଚାଟାର୍ଜୀଙ୍କ ନାମ ରହିଛି। ଏହା ଛଡା ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି।

Post Views: 11
Share196Tweet123Send
Voice of Victims

Voice of Victims

Recent Posts

  • ଅଭିଷେକ ବାନାର୍ଜୀଙ୍କୁ କୋଲକାତା ପୋଲିସ ପୁଣି ପଠାଇଲା ନୋଟିସ୍, ସୋମବାର ହେବ ପଚରା ଉଚରା
  • ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ
  • ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ
  • ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି
  • ଚତୁର୍ଥ ମା କନକ ଦୁର୍ଗା ମହୋତ୍ସବ ର ଶୁଭାରମ୍ଭ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In