• About Us
  • Contact Us
Tuesday, June 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

by Voice of Victims
June 30, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ (ଭିଓଭି): ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପ୍ରଚଣ୍ଡ ରୌଦ୍ର ତାପ କୁ ଖାତିର ନକରି ସ୍ନାନବେଦି ଉପରେ ଟିକେ ନିଜର ମନର ଠାକୁର, ଭାବର ଠାକୁରଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛି। ଯେପରି ସମସ୍ତେ ଧାଡିରେ ଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ନାନବେଦୀ ଉପରେ ଶୃଙ୍ଖଳାର ସହିତ ଦର୍ଶନ କରି ପାରିବେ ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ କୁ ଦୃଷ୍ଟିରେ ରଖି 79 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ମାର୍କେଟଚ୍ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା।

ବଡି ଭୋରରୁ ଦଇତାପତି ସେବକ ମାନେ ମହାପ୍ରଭୁ ସୁଦର୍ଶନ ଙ୍କ ସହ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ସ୍ନାନବେଦୀକୁ ଧାଡି ପହଣ୍ଡି କରି ଆଣିଥିଲେ। ପ୍ରତିବର୍ଷପରି ରାଘବ ଦାସ ମଠ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଟାହିଆ ଓ ଅନ୍ୟ ଆଭୂଷଣ ପରିଧାନ ପୂର୍ବକ ଅତୀବ ମନୋହର ଦିଶୁଥିଲେ ଚତୁର୍ଦ୍ଧାମୂର୍ତ୍ତି। ଦିନ 12 ଟା ସମୟରେ 108 ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା।


ଏହି ସ୍ନାନ ଜଳ ଟିକେ ପାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ୍ତ ଉନ୍ମାଦନା ସୃଷ୍ଟି ହୋଇଥିଲା। ଭିନ୍ନ ଭିନ୍ନ ନର୍ତ୍ତକ ନର୍ତ୍ତକୀ ମାନେ ନିଜକୁ ଅତି ସୁନ୍ଦର ଭାବେ ସଜେଇ ହୋଇ ବଡଦାଣ୍ଡରେ ଅତି ସୁନ୍ଦର ଠାଣିରେ ନୃତ୍ୟ ପରିବେଷଣ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ ଆଉଟୁ ପାଉଟୁ ହୋଇ ଯାଇଥିଲେ। ପାନୀୟଜଳ ର ଘୋର ଆବଶ୍ୟକତା ଥିବାବେଳେ, ଅଳ୍ପ କେତୋଟି ସଂଗଠନ ଗ୍ଲୁକୋଜ, ଓଆରଏସ, ପାଣି ଇତ୍ୟାଦି ବଣ୍ଟନ କରୁଥିବାର ଦେଖଯାଇଥିଲା, ଯାହା ସମୁଦ୍ରକୁ ଶଙ୍ଖ ଭଳି ମନେ ହେଉଥିଲା। ରେଡକ୍ରସ, ଶ୍ରୀମନ୍ଦିର ପ୍ରଶାସନ, ହାପିନେସ ଫାଉଣ୍ଡେସନ, ଲତା ଚାରିଟେବଲ ଟ୍ରଷ୍ଟ, ଜ୍ୟୋତିପ୍ରଭା ଟ୍ରଷ୍ଟ ଓ ସର୍ବୋପରି ଶିଶୁ ଓ ମହିଳା ବିକାଶ ସୋସାଇଟି ( CWDS) ତରଫରୁ ଜଳବଣ୍ଟନ କରାଯାଉଥିବାର ଦେଖା ଯାଇଥିଲା। ପାଣି ସ୍ପ୍ରେ ମେସିନ ସହାୟତାରେ ମଧ୍ୟ ଭକ୍ତ ମାନଙ୍କୁ ଜଳସିଞ୍ଚନ କରାଯାଇଥିଲା।

ଗରମ ଗୁଳୁଗୁଳି ରେ ଭକ୍ତମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ CWDS ସଂସ୍ଥା ତରଫରୁ ଡାକ୍ତର, ଫାର୍ମାସିଷ୍ଟ ମାନଙ୍କୁ ନେଇ ଏକ ଫାଷ୍ଟ ଏଡ଼ ସେଣ୍ଟର ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସିଂହଦ୍ୱାର ଦେଇ ଭକ୍ତମାନେ ଧାଡିରେ ଯାଇ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ୟ ଦ୍ୱାର ପଟେ ପ୍ରସ୍ଥାନ କରୁଥିବାର ଲକ୍ଷ କରାଯାଇଥିଲା। ପ୍ରବଳ ଗହଳିରେ ଅନେକ ନିଖୋଜ ହେଉଥିବାରୁ ସୂଚନାକେନ୍ଦ୍ର ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ସମବେତ ଭକ୍ତଙ୍କୁ ସ୍ନାନ ବେଦୀ ରେ ମହାପ୍ରଭୁ ଗଜାନନ ବେଶରେ ବଡ଼ଦାଣ୍ଡରେ ଦର୍ଶନ ଦେଇଥିଲେ।

Post Views: 24
Share199Tweet124Send
Voice of Victims

Voice of Victims

Recent Posts

  • ବର୍ଷାରେ ଭିଜୁଛି ପୁରା ଓଡ଼ିଶା, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ବନ୍ଦ ହେବ ୧୦, ୨୦, ୫୦, ୧୦୦ ଟଙ୍କିଆ ନୋଟ୍!
  • ରାମ ମନ୍ଦିର ପାଣ୍ଠି ମାମଲା: ଅଭିଯୁକ୍ତଙ୍କ ପକ୍ଷ ଲଢ଼ିଲେ ୫ ଲକ୍ଷ ଜରିମାନା
  • ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
  • ​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In