• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

by Voice of Victims
January 1, 2025
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;

ଭୁବନେଶ୍ବର: ୨୦୨୫ ର ପ୍ରଥମ ଦିନରେ ପୁରୀ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସୁଖ ସମୃଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତ୍ରନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୃଙ୍ଖଳିତ ନୀତି କାନ୍ତି ହୋଇଥିବା ହେତୁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ନଜରକୁ ଆସିଛି। ମହାପ୍ରଭୁ ଙ୍କୁ ଟିକେ ଦେଖିବାକୁ ବ୍ୟାକୁଳ ହୋଇ ଭକ୍ତ ମାନେ ବାରିକେଡ଼ କୁ ଠେଲି ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। ଗତକାଲି ରାତି ୧୨ ଟା ୩୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ନୀତିକାନ୍ତି ସହ ଆରମ୍ଭ ହୋଇଥଲା ଦର୍ଶନ। ବଡ଼ଦାଣ୍ଡରୁ ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ସ୍ୱତ୍ରନ୍ତ୍ର ବ୍ୟାରିଗେଡ଼ରେ ଭକ୍ତଙ୍କ ଲାଗିଥିଲା ଭିଡ଼। ସେହିପରି ଶ୍ରୀମନ୍ଦିରର ସିଂହଦ୍ୱାରକୁ ବିଭିନ୍ନ ଫୁଲରେ ସଜାଯାଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ନେଇ ଏକ ମୁଖି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସରୁ ଅଧିକ ନିୟୋଜିତ ହୋଇଥିବାବେଳେ କଡା ସୁରକ୍ଷା ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଥିଲା। ଶ୍ରୀମନ୍ଦିରରେ ନୀତି କାନ୍ତି ଙ୍କୁ ଶୃଙ୍ଖଳିତ କରାଯାଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନରୁ ଯେଭଳି କୌଣସି ଭକ୍ତ ବଞ୍ଚିତ ନହେବେ ତାହା ଉପରେ ସ୍ୱତ୍ରନ୍ତ୍ର ଧ୍ୟାନ ଦିଆଯାଇଥିଲା। ଈଂରାଜି ନୂଆବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ କରି ସମସ୍ତ ଙ୍କ ଶୁଭ ମାନସିବା ଲକ୍ଷରେ ଦୂର ଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥିଲା। ନବ ବର୍ଷ ର ଆଜି ପ୍ରଥମ ଦିନ ରେ ମହାପ୍ରଭୁଙ୍କ ସ୍ମରଣ କରି ଶ୍ରଦ୍ଧାଳୁ ମାନେ ବର୍ଷର ଆରମ୍ଭ କରିଛନ୍ତି। କାଳିଆ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥିବାବେଳେ ମହାବାହୁଙ୍କୁ ଦର୍ଶନ କରି ଆତ୍ମତୃପ୍ତି ମିଳିଥିବା ଭକ୍ତ ମତ ରଖିଥିଲେ। ସେହିପରି ପ୍ରଥମ ଦିନରୁ ସୂର୍ଯ୍ୟଉଦୟ ଦର୍ଶନ ସହ ସକାଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ମହୋଦଧି ରେ ଦର୍ଶନ ପାଇଁ ମଧ୍ୟ ପ୍ରବଳ ଜନସାମାଗମ ହୋଇଥିବା ନଜରକୁ ଆସିଥିଲା। ଶ୍ରୀଜୀୟୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିବାବେଳେ ସିଂହଦ୍ୱାର ସମ୍ମୁଖରେ ଅନେକ ଅମାନିଆ ଭକ୍ତ ବିଶୃଙ୍ଖଳା ସୃଷ୍ଟି କରି ବ୍ୟାରିଗେଡ଼ ଓ ପୋଲିସକୁ ଠେଲି ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା।

Post Views: 58
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In