ନୂଆଦିଳ୍ଲୀ: ଜମ୍ମୁ କଶ୍ମୀରରେ ଥିବା ମାତା ବୈଷ୍ଣୋଦେବୀ ମନ୍ଦିରକୁ ଯିବା ରାସ୍ତାରେ ଭୂସ୍ଖଳନ ହୋଇଛି । ଅର୍ଦ୍ଧକୁଆଁରୀ ନିକଟରେ ଭୂସ୍ଖଳନ ହୋଇଛି । ରାସ୍ତାରୁ ଧସିଥିବା ମାଟି ହଟାଇବା ପାଇଁ କାମ ଚାଲିଛି । ଖବର ମୁତାବକ, ସୋମବାର ଦିନ ଭୂସ୍ଖଳନ ଯୋଗୁଁ ବୈଷ୍ଣୋଦେବୀ ଅର୍ଦ୍ଧକୁଆଁରୀ ନିକଟରେ ବାଟ ବନ୍ଦ ହୋଇଯାଇଥିଲା । ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ଜଣାପଡିଛି । ରାସ୍ତାରୁ ଧସିଥିବା ମାଟିକୁ କଢାଯାଇଛି । ତେବେ ଭୂସ୍ଖଳନରେ କେହି ଆହତ ହୋଇନାହାନ୍ତି ।

ଭୂସ୍ଖଳନ ନୂଆ ରାସ୍ତାରେ ହୋଇଛି । ଫଳରେ ବ୍ୟାଟେରୀ ଗାଡି ସେବା ବାଧାପ୍ରାପ୍ତ ହୋଇଛି । ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାତାୟତ କରିବା ରାସ୍ତାକୁ ସଫା କରିବା କାମ ଆରମ୍ଭ କରିଛନ୍ତି । ରାସ୍ତାରୁ ମାଟି ସଫା ହେବା ପରେ ବ୍ୟାଟେରୀ କାର୍ ସେବା ପୁଣି ଥରେ ଚାଲୁ ରହିବ ।
୩୦ ଫୁଟରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ମାଟିକୁ ହଟାଇବା ପାଇଁ ମେସିନ ପଠାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ଜମ୍ମୁ କଶ୍ମୀର ପର୍ଯ୍ୟଟନ ଅଧିକାରୀ କହିଛନ୍ତି । ସେହିପରି ମାତାଙ୍କ ମନ୍ଦିରକୁ ଦର୍ଶନ ପାଇଁ ପୁରୁଣା ରାସ୍ତାରେ ଶ୍ରଦ୍ଧାଳୁ ଯିବାଆସିବା କରୁଛନ୍ତି । ଶ୍ରୀଇନ ବୋର୍ଡ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛି କି, ଭୟଭୀତ ନ ହୋଇ ଧୈର୍ଯ୍ୟ ରଖନ୍ତୁ ଏବଂ କୌଣସି ଆପତ୍ତକାଳୀନ ସ୍ଥିତିରେ କଣ୍ଟ୍ରୋଲ ରୁମ ସହିତ ସଂପର୍କ କରନ୍ତୁ ବୋଲି କୁହାଯାଇଛି ।
