ରଣପୁର (ଭିଓଭି): ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ବିଭାଗ ଅଧୀନରେ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶାକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ଜରିଆରେ ଶୁଭାରମ୍ଭ କରିଛନ୍ତି l ଏହି ଉପଲକ୍ଷେ ରଣପୁର ବ୍ଲକ ପରିସର ମଧ୍ୟରେ ବିଡ଼ିଓ ମନୋଜ କୁମାର ନାୟକଙ୍କ ଦ୍ୱାରା ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ନିର୍ମଳା ବେହେରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଜୋନ ଜିଲ୍ଲା ପରିଷଦ ରାଜନୀରାଣୀ ପଟ୍ଟନାୟକ, ଗୋପାଳପୁରଜୋନ୍ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ଓ ପରେଶ ଚନ୍ଦ୍ର ମିଶ୍ରଙ୍କ ସହ ସମସ୍ତ ସରପଞ୍ଚ, ସମିତିସଭ୍ୟ, ସମସ୍ତ କର୍ମଚାରୀ ଓ ମିଶନଶକ୍ତିର ମହିଳାମାନେ ଉପସ୍ଥିତ ଥିଲେ l ଏହି ଯୋଜନାରେ ମୋୖଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ l ଅନୁନ୍ନତ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଅଭ୍ୟନ୍ତରୀଣ ଓ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ, ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତିଭୂମି ସମ୍ପ୍ରସାରଣ, ନୂତନ ଅଭିନବ ଜନମଙ୍ଗଳକlରି ବହୁମୁଖୀ ପ୍ରକଳ୍ପର ନିର୍ମାଣ ସହ ପଞ୍ଚାୟତଗୁଡିକରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭରଚୁଆଲ ଜରିଆରେ ପ୍ରକାଶ କରିଥିଲେ l
