• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଜି ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍

by Voice of Victims
November 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ । ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କ ଟିଆଇ ପରେଡ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ କରାଯିବ । ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀନ୍ଦ୍ର ରାଉତ, ଶିଶୁପାଲ ପାଶ୍ବାନ, କୁନ୍ଦନ କୁମାର, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ । ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମାମଲାର ତଦନ୍ତ ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ ।  ମାଜିଷ୍ଟ୍ରେଟ ଏହାର ଶୁଣାଣି କରି ଟିଆଇ ପରେଡ କରିବା ପାଇଁ ଅନୁମତି ଦେଇଛନ୍ତି ।

ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ।  ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି ।  ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ । ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In