• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍, ୧୦ ବର୍ଷରେ କଲେଣି ୩ ବିବାହ

by Voice of Victims
February 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍, ୧୦ ବର୍ଷରେ କଲେଣି ୩ ବିବାହ

ମଧ୍ୟ ପ୍ରଦେଶ : ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍ ଅଫିସର । ୧୦ ବର୍ଷରେ କଲେଣି ୩ ବିବାହ । ଆଉ ୩ ଜଣ ଯାକ ପତ୍ନୀ ଆଇଏଏସ୍ ଅଧିକାରୀ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ପାଲଟିଥିବା ଏହି ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅଭି ପ୍ରସାଦ। ଏବେ ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ତେବେ ତୃତୀୟ ଥର ବିବାହ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଇଏଏସଙ୍କ ବିବାହର ଚର୍ଚ୍ଚିତ କାହାଣୀ । ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ଅଭି ପ୍ରସାଦ ଗତ ୧୧ ତାରିଖରେ କୁନୋ ନ୍ୟାସନାଲ ପାର୍କରେ ବିବାହ କରିଛନ୍ତି । ଏଥର ସେ ୨୦୧୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଅଙ୍କିତା ଧାକରେଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ପ୍ରଶାସନିକ ବିଭାଗରେ ଉପ-ସଚିବ ଭାବରେ କାର୍ଯ୍ୟରତ।

ଅଭି ପ୍ରସାଦ ହେଉଛନ୍ତି ଉତ୍ତର ପ୍ରଦେଶର ସୀତାପୁର ଜିଲାର ନିବାସୀ । ୨୦୧୩ରେ ପ୍ରଥମେ IPS ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ୨୦୧୪ରେ UPSC ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ତମ ର‍୍ୟାଙ୍କ ହାସଲ କରି IAS ହୋଇଥିଲେ। ତାଙ୍କ ଜେଜେବାପା ତାମ୍ବେଶ୍ୱର ପ୍ରସାଦ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। । ଅଭି ପ୍ରସାଦ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ବିଶେଷ କରି କଟନୀ ଜିଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ‘ଅପୁଷ୍ଟି ନିରାକରଣ’ ଦିଗରେ ତାଙ୍କର ଅଭିନବ ପ୍ରୟାସ ବେଶ୍ ପ୍ରଶଂସନୀୟ ହୋଇଥିଲା । ବର୍ତ୍ତମାନ ସେ ମଧ୍ୟପ୍ରଦେଶ ରୋଜଗାର ଗ୍ୟାରେଣ୍ଟି କାଉନସିଲର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ କାର୍ଯ୍ୟ କରୁଛନ୍ତି ।

ଅଭିଙ୍କ ପ୍ରଥମ ପତ୍ନୀ ରିଜୁ ବାଫନା ମଧ୍ୟ ଜଣେ IAS ଅଫିସର ଥିଲେ । ଦିଲ୍ଲୀରେ ପ୍ରସ୍ତୁତି ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ତେବେ ବିବାହର କିଛି ବର୍ଷ ପରେ ସେମାନଙ୍କର ବିଚ୍ଛେଦ ହୋଇଥିଲା । ବର୍ତ୍ତମାନ ଋଜୁ ଶାଜାପୁରର ଜିଲାପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପରେ ୨୦୧୬ ବ୍ୟାଚର IAS ଅଫିସର ମିଶା ସିଂଙ୍କ ସହ ସେ ଦ୍ୱିତୀୟ ବିବାହ କରିଥିଲେ । ମିଶା ନିଜର କ୍ୟାଡର ପରିବର୍ତ୍ତନ କରି ମଧ୍ୟପ୍ରଦେଶ ଆସିଥିଲେ । ମାତ୍ର ୪ ବର୍ଷ ଚାଲିଥିଲା ବିବାହ । ୨୦୨୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଶା ରତଲାମ୍ କଲେକ୍ଟର ଭାବରେ କାର୍ଯ୍ୟରତ । ଦୁଇ ଆଇଏଏସ୍ ପତ୍ନୀଙ୍କୁ ଛାଡପତ୍ର ପରେ ଏବେ ତୃତୀୟ ଥର ପାଇଁ ଆଉ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବିବାହ କରି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭି ପ୍ରସାଦ ।

Post Views: 29
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In