• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନିତି ଆୟୋଗ ବୈଠକ ମଝିରୁ ଛାଡି ଚାଲିଗଲେ ମମତା

by Voice of Victims
July 27, 2024
in ଦେଶ ବିଦେଶ, ମୁଖ୍ୟ ଖବର
ନିତି ଆୟୋଗ ବୈଠକ ମଝିରୁ ଛାଡି ଚାଲିଗଲେ ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଛି ନିତି ଆୟୋଗ ପରିଚାଳନା ପରିଷଦ ବୈଠକ। ତେବେ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଅଧାରୁ ଉଠି ଚାଲିଯାଇଛନ୍ତି। ତାଙ୍କୁ ବୈଠକରେ କଥା କହିବାକୁ ଅଧିକ ସମୟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଉଠିଯାଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନିତି ଆୟୋଗର ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ମତ ରଖିବାକୁ ୫ ମିନିଟ ସମୟ ଦିଆଯାଇଥିଲା। ମମତା ନିଜ ମତ ରଖିଥିଲେ। କିନ୍ତୁ ସେ ୫ ମିନିଟରୁ ଅଧିକ ସମୟ କହିବାକୁ ଚାହୁଁଥିଲେ। ହେଲେ ୫ ମିନିଟ ହେବା କ୍ଷଣି ତାଙ୍କ ମାଇକ ବନ୍ଦ କରିଦିଆଯାଇଥିଲା, ଯେଉଁଥିରେ ମମତା ବିରକ୍ତି ପ୍ରକାଶ କରି ଅଧାରୁ ବୈଠକରୁ ଉଠି ପଳାଇଥିଲେ। ବାହାରକୁ ଆସି ମମତା ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ମତ ରଖିବା ସମୟରେ ମୋ ମାଇକ ବନ୍ଦ କରିଦିଆଯାଇଥିଲା। ମୁଁ ଏଭଳି ପାତର ଅନ୍ତର କ’ଣ ପାଇଁ କରାଯାଉଛି ବୋଲି ପଚାରିଥିଲି। କୌଣସି ବିରୋଧୀ ଦଳ ବୈଠକକୁ ଆସିଲେ ନାହିଁ। ମୁଁ ଏକମାତ୍ର ବିରୋଧୀ ଦଳ ଭାବେ ବୈଠକକୁ ଆସିଛି, ତୁମେମାନେ ଖୁସି ହେବା କଥା। କିନ୍ତୁ ତୁମେମାନେ ତୁମ ସରକାରକୁ ପ୍ରାଥମିକତା ଦେଉଛ। ଏଭଳି ଅଧାରୁ ମାଇକ୍‌ ବନ୍ଦ କରିଦିଆଯିବା କେବଳ ମୋତେ ଅପମାନ ନୁହେଁ, ବରଂ ପଶ୍ଚିମବଙ୍ଗ ଏବଂ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଅପମାନ ବୋଲି ମମତା କହିଛନ୍ତି।

Post Views: 61
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In