ବାଲେଶ୍ଵର (ଭିଓଭି ) : ୧୭/୬ – ବାଲେଶ୍ଵର ର ଵର୍ଷିଆନ ରାଜନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ମଦନମୋହନ ଦତ୍ତ ( ମଙ୍ଗୁଭାଇ ) ଙ୍କ ର ପୂଣ୍ୟତିଥି ଅବସରରେ ପୁରୁଣା ଷ୍ଟାଡିୟମ ଠାରେ ଆଜି ସକାଳ ୮ ଘଟିକା ସମୟରେ ‘ ମଙ୍ଗୁଭାଇ ସ୍ମୃତି କମିଟି ‘ ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଙ୍କ ସହାୟତା ରେ ଅନୁଷ୍ଠିତ ହୋଇଯାଇଛି ।

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ କରକମଳରେ ସକାଳ ୧୦ ଘଟିକା ସମୟରେ ଶୋଭାରାମପୁର ସ୍ଥିତ ନୂତନ ବ୍ରିଜ ସାମ୍ନାରେ ମଙ୍ଗୁଭାଇ ଙ୍କ ର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ କରାଯିବା ସହିତ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ , ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ପ୍ରମୂଖ ଉପସ୍ଥିତ ଥିଲେ ।
