• About Us
  • Contact Us
Saturday, September 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

by Voice of Victims
September 5, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବୋଲିଭିଆର ଏକ ସୈନ୍ୟ ବାରାକରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ଡଜନ ଡଜନ ଲୋକ ଆହତ ହୋଇଛନ୍ତି । ଫଳରେ ଲୋକେ ଭୟରେ ଦୌଡାଦୌଡି ଆରମ୍ଭ କରିଥିଲେ । ସୂଚନାନୁଯାୟୀ, ଏହି ବିସ୍ଫୋରଣ ଲାପାଜ୍ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବୋଲିଭିଆର ଭାୟାଚା ପୌରପାଳିକାରେ ଘଟିଥିଲା । ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଭିୟାଚାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରୀତା ନେବ୍ରାସ୍କୋ କହିଛନ୍ତି ଯେ, ୧୦ ରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୬୨ ଲୋକ ଆହତ ହୋଇଛନ୍ତି । ୧୪ ଜଣ ଆହତଙ୍କୁ ଲାପାଜର ଡାକ୍ତରଖାନାକୁ ନିଆଯାଇଛି । ଆଉ ଏକ ବିସ୍ଫୋରଣ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ, ଲୋକମାନଙ୍କୁ ଘଟଣାସ୍ଥଳରୁ ଅତି କମରେ ୧୫୦ ମିଟର ଦୂରରେ ରହିବାକୁ କୁହାଯାଇଛି ।

ଏଥିସହ ପୋଲିସ କହିଛି ଯେ ବିସ୍ଫୋରଣରେ ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ଆକଳନ କରିବା ଏବଂ ଆହତମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସାମରିକ କମ୍ପ୍ଲେକ୍ସରେ ଆମ୍ବୁଲାନ୍ସ, ଡାକ୍ତରୀ ଦଳ ଏବଂ ପୁଲିସ ମୁତୟନ କରାଯାଇଛି । ଅନ୍ୟପଟେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ । କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆତସବାଜି ସଂରକ୍ଷଣ ସୁବିଧାରୁ ବିସ୍ଫୋରଣ ଘଟିଥିଲା ବୋଲି ସନ୍ଦେହ କରାଯାଇଥିଲା ।

Post Views: 9
Share196Tweet123Send
Voice of Victims

Voice of Victims

Recent Posts

  • ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ
  • ଇରାନ ଉପରେ ପୁଣି ଆକ୍ରମଣ ଧମକ, ଟ୍ରମ୍ପଙ୍କ ବଡ଼ ଚେତାବନୀ
  • ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ
  • ଭି. ଏସ. ଏସ ନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ
  • “ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In