ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ ଭୟଙ୍କର ନିଆଁ ଲାଗିଛି । ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ତେବେ ନିଆଁ କେଉଁ କାରଣରୁ ଲାଗିଛି, ତାହା ଜଣାପଡିନାହିଁ ।

ନିଆଁ ଲାଗିବା ପରେ ପୁରା କ୍ୟାମ୍ପ ପରିସରରେ ଆତଙ୍କ ଖେଳିଯାଇଥିଲା । ତେବେ ଜୋରରେ ପବନ ହେଉଥିବାରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଘଟଣା ବିଷୟରେ ସୂଚନା ପାଇଁ ଫାୟର ବ୍ରିଗେଡ ଏବଂ ଯବାନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଆର୍ମି କ୍ୟାମ୍ପରେ ନିଆଁ ଲାଗିବା ଯୋଗୁଁ ବହୁତ କିଛି ନଷ୍ଟ ହୋଇଥିଲା । ଆର୍ମି କ୍ୟାମ୍ପ ଭିତରେ ଏକ ଷ୍ଟୋରରେ ନିଆଁ ଲାଗିଯାଇଥିଲା । ଷ୍ଟୋରରେ ରଖାଯାଇଥିବା ଜିନିଷ ଜଳିଯାଇଥିଲା ।
