• About Us
  • Contact Us
Monday, May 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା

by Voice of Victims
May 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା

ରଣପୁର, ୦୨/୦୫ : ଚଳିତ ବର୍ଷର ମାଟ୍ରିକ (AHSC) ପରୀକ୍ଷାର ଫଳ ଘୋଷଣା ପରେ ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଏହି ଫଳାଫଳରେ ରଣପୁର ବ୍ଲକର ୧୬ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ସହିତ ଶ୍ରେଷ୍ଠ ମାର୍କ ଅର୍ଜନ କରି ବ୍ଲକର ଗୌରବ ବଢ଼ାଇଛନ୍ତି।ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରତାପ କୁମାର ଘଡେଇ ୫୬୧ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ପିମ୍ପଲ ଲାଡୁକେଶ୍ୱର ଉଚ୍ଚ ବିଦ୍ୟାଳୟର ଲିପ୍ସା ପ୍ରିୟଦର୍ଶିନୀ ମହାପାତ୍ର ୫୫୯ ନମ୍ବର ସହିତ ଦ୍ୱିତୀୟ ଏବଂ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଡ୍ୟୁକେସନ ସେଣ୍ଟର, ରାଜସୁନାଖଳାର ଶୁଭଶ୍ରୀ ସାମନ୍ତରାୟ ୫୫୮ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ସହିତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୋନାଲି ରାଣୀ ୫୫୫ ନମ୍ବର , ଲୋଧାଚୁଆ ଉଦୟନାଥ ବିଦ୍ୟାପୀଠର ରାଜେନ୍ଦ୍ର କୁମାର ବଳିଆରସିଂହ ୫୫୪ ନମ୍ବର , ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଆଶୁତୋଷ ଭୋଳ ୫୫୨ ନମ୍ବର ଓ ସତ୍ୟଜିତ ସାହୁ ୫୪୯ ନମ୍ବର, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ସୁବୁଦ୍ଧି ୫୪୮ ନମ୍ବର, ଗୋପାଳପୁରର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଲିକା ସାହୁ ୫୪୨ ନମ୍ବର, ତାରିଆ ବାଇଧର ବିଦ୍ୟାପୀଠର ବିଶ୍ୱାସ ବେହେରା ୫୪୨ ନମ୍ବର, ରଣପୁର ବି.ସି. ହାଇସ୍କୁଲର ସାଗରିକା ନାୟକ ୫୪2 ନମ୍ବର, ଚାନ୍ଦପୁର ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟର ଓମ ପ୍ରକାଶ ନାୟକ ୫୪୧ ନମ୍ବର ରଖି ଏ-୧ ଗ୍ରେଡ୍ ହାସଲ କରି ରଣପୁର ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି ।

ସେହିପରି ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁ, ପିମ୍ପଲ ଲାଡୁକେଶ୍ୱର ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ରଣପୁର ବି.ସି. ହାଇସ୍କୁଲର ଓମ ପ୍ରକାଶ ଚୌଧୁରୀ, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ସୁଲଗ୍ନା ପ୍ରଧାନ ୫୪୦ ନମ୍ବର ରଖି ଏ-୧ ଗ୍ରେଡ୍ ହାସଲ କରିଛନ୍ତି |ଏହି ସଫଳତା ପାଇଁ ରଣପୁର ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ଶିକ୍ଷକମଣ୍ଡଳୀ, ଅଭିଭାବକମାନେ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରଣପୁର ବ୍ଲକରେ ଏହି ଫଳାଫଳ ଶିକ୍ଷାର ଉନ୍ନତିରେ ଏକ ନୂତନ ମାଇଲସ୍ଟୋନ୍ ଭାବେ ପରିଗଣିତ ହେଉଛି।

Post Views: 64
Share207Tweet130Send
Voice of Victims

Voice of Victims

Recent Posts

  • ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା
  • ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ
  • ପତଞ୍ଜଳି ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ପ୍ରସ୍ତୁତି
  • ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
  • ପାକିସ୍ତାନ ଗ୍ୱାଦରରେ କାମ ବନ୍ଦ କଲା ଚୀନ୍ କମ୍ପାନୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In