• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନବ ବର୍ଷ ମାନବତାର ବର୍ଷ ହେଉ !

by Voice of Victims
January 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନବ ବର୍ଷ ମାନବତାର ବର୍ଷ ହେଉ !

ନୂଆ ବର୍ଷ ନୂଆ ଚିନ୍ତନର ପରିଚାୟକ ହେଉ । ନୂଆ ବର୍ଷକୁ ସ୍ୱାଗତ କରିବା ଅବସରରେ ପୁରାତନ ବର୍ଷଟି ଆମ ପାଇଁ ସମୀକ୍ଷାର ବର୍ଷ ହୋଇ ଏହି ନୂତନ ବର୍ଷ ସହ ପାଦେ ପାଦେ ଆମକୁ ଅନୁପ୍ରେରଣା ଦେଉଥାଏ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।
ସମୟ କାହାକୁ ଅପେକ୍ଷା କରେ ନାହିଁ । ମୁହୂର୍ତ୍ତ ମୂହୁର୍ତ୍ତ ହୋଇ ଦଣ୍ଡ, ଦିନ ମାସ ଓ ବର୍ଷ ପୂରଣୀ ର ଏକ ବାର୍ଷିକ ସୋପାନ ତାର ଘଟଣା୍ୱହୁଳ ବର୍ଷ ଟିଏ ଶେଷ ହୋଇ ଇତିହାସ ପୃଷ୍ଠା ରେ ସ୍ମୃତି ର ସ୍ୱାକ୍ଷର ରହିଥାଏ । ସମୟର ଏହି ଧାରା ନିରଳସ ଭାବେ କେଉଁ ଅନାଦି କାଳ ରୁ ଚାଲି ଆସିଛି । ଏହା ଆଗକୁ ମଧ୍ୟ ଏହିପରି ଚାଲି ରହି୍ୱ ।
ସମୟର ଚକ ଆଗକୁ ଆଗକୁ ଥକାହୀନ ଚାଲିଛି । ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଆଲୋକ ଅନ୍ଧାର, ବର୍ଷା ଆଉ ଖରା, ଛଅ ଋତୁର ଭଳି ଭଳି ବର୍ଣ୍ଣ୍ୱିଭା ସମେତ ରାତି ଆଉ ଦିନ ଭଳି ବିଦାୟ ଓ ସ୍ୱାଗତିକା, ଆମ ଜୀବନ ଓ ଚେତନାକୁ ସମୟକୁ ସମୟ ମର୍ମେ ମର୍ମେ ଅନୁଭବ ଦେଇଥାଏ । ଏଥିରେ ଆମକୁ ପ୍ରତି ସମୟ ଚେତନା ଉଦ୍ଦୀପ୍ତ ହେବାକୁ ପଡିବ । ଏହାର ଅନ୍ତଃକରଣରେ ଆମର ବିଚାରବୁଦ୍ଧିର ପ୍ରତିତ୍ପନ୍ନତା ନିହିତ ରହିଥିବାରୁ ଆମେ ମାନବୀୟ ଗୁଣରେ ଆଭୁଷିତ ଅଟୁ । ଏଥିପାଇଁ ବିଶ୍ୱ ନିୟନ୍ତାଙ୍କୁ କୋଟି କୋଟି ଦଣ୍ଡବତ । ଚଳିତ ଏହି ନବ ବର୍ଷ ଆମ ପାଇଁ କିଭଳି ସୁଖଦ ଓ ସ୍ମୃତିମୟ ହେବ, ତା ପାଇଁ ଆମକୁ ସ୍ୱର୍ାନ୍ତକରଣରେ ସଚେତନ ହେବାକୁ ପଡ଼ିବ ।
ବହୁ ସ୍ମୃତିରାଜିର ଗନ୍ତାଘର ପୁରୁଣା ବରଷଟି ଏବେ ବିଦାୟୀ ବର୍ଷ ଭାବେ ଇତିହାସ ହୋଇଛି । ଅତୀତର ସେହି ସାରା ବର୍ଷର ପ୍ରତି ଦିନରେ ରେଖାଙ୍କିତ ତଥା ଲିପିବଦ୍ଧ ହୋଇସାରିଥିବା ବିଗତ ଘଟଣାବଳୀ ତଥା ଅତୀତ ସ୍ମୃତିରାଜୀ ନିଶ୍ଚିତ ଭାବରେ ଆମ ସଭିଏଁ ଆମର ପ୍ରତି ଜୀବନର ଅତୀତ ସ୍ମୃତିରାଜି ବୋଲି ଭୁଲି ଯିବା ଅନୁଚିତ । ପୁରୁଣା ବର୍ଷ ସହିତ କେତେ କେତେ ସକରାତ୍ମକ ଆଉ ନକରାତ୍ମକ କାର୍ଯ୍ୟ ଓ କାରଣ ରହିଥିଲା,ଏହାର ସବିଶେଷ ରୋମନ୍ଥନ କରିବା ନିହାତି ଜରୁରୀ ଅଟେ । ଦିନ ବିତିଯାଏ, ସ୍ମୃତି ରହିଯାଏ । ଏହାର ସଫଳ କାର୍ଯ୍ୟ କାରଣର ନିର୍ଯ୍ୟାସ ନିକାଲି ଆଗାମୀ ଦିନରେ ଏହାର ସପ୍ସଶୋଧିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ହୁଏତ ଆଗାମୀ ଦିନରେ ସଫଳତା ସ୍ୱୁରିଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏକ ଆଶାନ୍ୱିତ ଭାବ ଉଦ୍ଦିପକ ପନ୍ଥା ହେବା ଉଚିତ ।
ଆମର ପ୍ରତିଟି ବରଷ ଆମ ଜୀବନକାଳରେ ଅଙ୍ଗାଙ୍ଗୀ ଭାବେ ନିବିଡ ଜଡ଼ିତ । କିଏ କହିପାରେ ହୁଏତ ଆପେ ବଞ୍ଚିଗଲେ ଆପଣା ବାପର ନାଁ । ଆପଣା ଘରପରିବାର ଏକାନ୍ତରେ ହୁଏତ ଆପଣାର ବୋଲି ସଭିଏଁ ଭାବି ନେଇ ପାରନ୍ତି । ହେଲେ ଏ ବଞ୍ଚିବାରେ ଯେପରି ଆପଣା ଘର ପରିବାରର ସ୍ୱାର୍ଥ ଓ ସହକାର ରହିଛି, ସେହିପରି ଅନ୍ୟ କୁ ଆପଣାର କରି ଲୋଡ଼ିବା ପଣରେ ପରିପୃଷ୍ଟ ଜୀବନ କେତେ ତୃପ୍ତି ର ଅବକାଶ ଆଣେ, ତାହା କେବଳ ଅନୁଭବୀ ହିଁ ମରମେ ବୁଝିପାରେ । ସେହିପରି ଆପଣଙ୍କର ଗୋଟିଏ ଜୀବନର ପରିପୃଷ୍ଟି ସକଳ ପ୍ରାଣର ସମୃଦ୍ଧି ଓ ସହକାରର ଫଳ ଶୃତି ଅଟେ ବୋଲି ଭୁଲି ଯିବାର ଆସ୍ପର୍ଦ୍ଧା ନିହାତି ଶୁଭଚିନ୍ତକ ନୁହେଁ ।
ବସୁନ୍ଧୈବ କୁଟୁମ୍ବକମ ନ୍ୟାୟରେ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ଆଜି ବିପର୍ଯ୍ୟସ୍ତ ଅବସ୍ଥା ରେ । ସାପ୍ସପ୍ରତିକ ବିଶ୍ୱରେ ଅନେକ ଦେଶ ପଡ଼ୋଶୀ ଦେଶ ଓ ବିଦେଶ ସହ ନିହିତ ସ୍ୱାର୍ଥ ସିଦ୍ଧି ପାଇଁ ଯୁଦ୍ଧରେ ବ୍ୟାପୃତି ସମଗ୍ର ବିଶ୍ୱର ଶାନ୍ତି ପ୍ରତିଷ୍ଠା ପାଇଁ ଅନ୍ତରାୟ ସୃଷ୍ଟି କରୁଛି । ସ୍ଥାନେ ସ୍ଥାନେ, ଏକାଧିକ ଅଞ୍ଚଳରେ ମୁଷ୍ଟିମେୟଙ୍କ ଲାଗି ଗୁଳିଗୋଳା ବିସ୍ଫୋରଣ, ରକ୍ତପାତ, ରାହାଜାନୀ, ଚୋରି ଲୁଣ୍ଠନ, ଦୁଷ୍କର୍ମ, ମିଥ୍ୟାଚାର, ଅନ୍ୟାୟ ଅତ୍ୟାଚାର ,ପରଶ୍ରୀକାତରତା, ସ୍ୱାର୍ଥପରତା, ସାଧାରଣରେ ଶାନ୍ତି ବ୍ୟାହତ କରିବା ସହ ପ୍ରଭାବିତ ଜନଜୀବନ ଦାରୁଣ ଦୁଃଖ ବେଦନାରେ ଅସହାୟ ହେଉଛନ୍ତି । ଜୋରଦାର ମୁଲକ ତାର ନୀତି ରେ ଗୋଷ୍ଠୀ ଗୋଷ୍ଠୀ, ସପ୍ସପ୍ରଦାୟ ସପ୍ସପ୍ରଦାୟ ଭାଗ ଭାଗ ହୋଇ ଅଶାନ୍ତ ପରିବେଶ ସାଧାରଣ ମାନବ ଜୀବନକୁ ଏକବାର ଅସହାୟ ତଥା କଳୁଷିତ କରି ରଖିଥିବା ପ୍ରକାଶ । ସର୍ବ ଧର୍ମ ସମନ୍ୱୟ ରକ୍ଷା କରି ସକଳ ଘଟରେ ନାରାୟଣ ରହିଛନ୍ତି ବୋଲି ଅନେକ ନିଜକୁ ପରୋକ୍ଷରେ ଅମଣିଷ ବୋଲି ପ୍ରତିପାଦନ କରିବାରେ ଲାଗିପଡିଥିଲେ ମଧ୍ୟ ଆପଣା କୃତକର୍ମ ପାଇଁ ପଶ୍ଚାତାପ ଏବେ ସୂଦୂର ପରାହତ ଅଟେ । ଏବେ ବିଶ୍ୱର ଅନେକ ସ୍ଥାନରେ କ୍ଷୁଧାରେ ନିପୀଡିତ ଅସପ୍ସଖ୍ୟ ପ୍ରାଣ । କ୍ଷୁଧା ଜର୍ଜରିତ ମଣିଷ ର କ୍ଷୁଧାର ଅପନୋଦନ ପାଇଁ ଆମକୁ ବୁଝି ଆବଶ୍ୟକ କର୍ତ୍ତବ୍ୟକର୍ମ ନିର୍ଧାରଣ କରିବାକୁ ପଡ଼ିବ ।
ଅତୀତର ଯେଉଁ ଘଟଣାବଳୀ ସାଧାରଣରେ ଅଗ୍ରହଣୀୟ ଥିଲା, ତାର ସପ୍ସଶୋଧିତ ପନ୍ଥା ଆମକୁ ଆଚିରିବାକୁ ପଡ଼ିବ । ସକରାତ୍ମକ ଚିନ୍ତାଧାରା ସମାଜ କୁ ଉଦବୁଦ୍ଧ କରିଥାଏ । ଏଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ । ବିବେକର ଡାକରାକୁ ଅନୁସରଣ କରି ଆମ ସମସ୍ତଙ୍କୁ ସତ୍ୟନିଷ୍ଠ ଭାବନା ରେ ଉଦବଦ୍ଧ ହେବାକୁ ହିଁ ପଡ଼ିବ । ମନେ ରଖିବାକୁ ପଡିବ ଯେ, ବିଶ୍ୱ ଶାନ୍ତି ସହାବସ୍ଥାନ ପାଇଁ ଆମକୁ ସର୍ବ ଧର୍ମ ସମନ୍ୱୟ ରକ୍ଷା କରିବାକୁ ସଚେତନ ହେବାକୁ ପଡ଼ିବ । ଆମ ଘର ପରିବାର ସୁରକ୍ଷା ପାଇଁ ଆମ ସମାଜ ସନ୍ଥିତିର ସୁରକ୍ଷା ଜରୁରୀ । ସମାଜର ସୁରକ୍ଷା ପାଇଁ ଆମ ଅଞ୍ଚଳ, ଆମ ରାଜ୍ୟର ସୁରକ୍ଷା ମଧ୍ୟ ଜରୁରୀ । ରାଜ୍ୟର ସୁରକ୍ଷା ଆମ ଦେଶ ସୁରକ୍ଷିତ ରହିଲେ ସମ୍ଭବ ହୋଇପାରିବ । ଦେଶର ସୁରକ୍ଷା ପାଇଁ ଆମର ପଡୋଶୀ ଦେଶ ସମେତ ସାରା ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ବିଚାର ଆଣି ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଅନିର୍ବାର୍ଯ୍ୟ ଅଟେ । ସମୟ ଅତିକ୍ରାନ୍ତ ସହିତ ତାରିଖ ବଦଳି ପାରେ, ହେଲେ ପ୍ରତିଟି ତାରିଖର ଘଟଣା ବହୁଳ ଦିନଟି ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହେଉ ବୋଲି ଆପଣା ପ୍ରତିଟି କର୍ତ୍ତବ୍ୟ ସମ୍ପାଦନ କୁ ଗଠନମୂଳକ ଭାବେ ସୁସପ୍ସହତ କରିବା ଆବଶ୍ୟକ । ଇତିହାସର ଆଇନାରେ ପ୍ରତିଟି ବର୍ଷ ନିଶ୍ଚୟ ଘଟଣାବହୁଳ । ତେବେ ଦିନ ପରେ ଦିନ ଗଡି ଚାଲିଥିଲା ବେଳେ ଗୋଟିଏ ବର୍ଷ ପୂରଣ ନିଶ୍ଚୟ ଏକ ସୋପାନ ମାତ୍ର । ଏହି କ୍ରମରେ ଆମେ ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷରେ ଉପନୀତ ହୋଇସାରିଛେ । ଏହି ଭାବ ପ୍ରବଣ ମୁହୁର୍ତ୍ତରେ ଆମେ ଗୋଟିଏ ଜୀବନ ନୁହେଁ କୋଟି ଜୀବନର ନାୟକ ଭାବେ ଏକାନ୍ତ ଓ ଏକାତ୍ମ ହୋଇ ଯଦି ସଦାଚାରିତା ସହିତ ଆମର ଆଗାମୀ ପ୍ରତିଟି କର୍ମପନ୍ଥାକୁ ଗଠନମୂଳକ ଓ ପରାର୍ଥ ଉତ୍ସର୍ଗୀକୃତ କରାଇପାରିବା, ତେବେ ଆମ ଜୀବନ କାଳରେ ଆମ ସହ ନୂଆ ନୂଆ ଯୋଡ଼ି ହୋଇ ଆସୁଥିବା ପ୍ରତିଟି ନୂତନ ବର୍ଷ ଏକ ଅଭିଳଷିତ , ସୈ ।ହାଦ୍ଦ୍ୟପୂର୍ଣ୍ଣ ତଥା ଚେତନାଉଦ୍ଦିପ୍ତ ବର୍ଷ ହୋଇ ସମୟଚକ୍ରରେ ଆଗାମୀ ଉତ୍ତରପୀଢୀ ତଥା ପ୍ରତି ଜୀବନ ଉପରେ ନିଶ୍ଚିତ ଭାବରେ ସକାରାତ୍ମକ ପ୍ରଭାବ ପକାଇପାରିବ । ତେବେ ସବୁରି ଜୀବନ ଜୀ୍ୱନମୟ ହେବ, ଏଥିରେ ସନ୍ଦେହ ନାହିଁ । ଏହି ନବ ବର୍ଷ ବିଶ୍ୱ ଶାନ୍ତି ସହାବସ୍ଥାନ ପାଇଁ ଏକ ସମୃଦ୍ଧିର ବର୍ଷ ହେଉ । ସମଗ୍ର ମାନବ ଜାତି ତାର ସମସ୍ତ ମାନବୀୟ ଗୁଣର ଉପଲବଧି ପାଉ । ଜୟ ଜୀବନ । ଜୟ ଜଗତ । ।

ପ୍ରଦୋଷ କୁମାର ଦାସ
ସ୍ତମ୍ଭକାର, ନାଚୁଣୀ, ଖୋର୍ଦ୍ଧା
ପିନ୍ : ୭୫୨୦୩୪
ମୋ: ୬୩୭୦୪୯୫୯୪୪
mailpariprakas@gmail.com

Post Views: 67
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In