• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର କରୁଛି ସେନା

by Voice of Victims
May 25, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର କରୁଛି ସେନା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଲୋକପ୍ରିୟ ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଛନ୍ତି ଅନେକ ପର୍ଯ୍ୟଟକ । ପାଖାପାଖି ୩୦୦ ଲୋକ ରୋପୱେ କ୍ୟାବିନରେ ଫସିଥିବା ଆଶଙ୍କା କରାଯାଉଛି । ରୋପୱେ କ୍ୟାବିନରେ ହଠାତ୍ ରହିଯିବା ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ମଝି ଆକାଶରେ ଝୁଲି ଚିତ୍କାର କରୁଛନ୍ତି । ଘଟଣା ବିଷୟରେ ଖବର ପାଇ ସେନା, ପୋଲିସ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଘଟଣା ଉପରେ ନଜର ରଖିଛନ୍ତି । ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।

ଗୁଲମାର୍ଗ ଏନଡିଆରଏଫ, ଏନଡିଆରଏଫ ଏବଂ ଗୁଲମାର୍ଗ ଗୋଣ୍ଡୋଲାର କ୍ୟୁଆରଟି ଟିମ୍ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ତେବେ ପାଣିପାଗ ଖରାପ ଯୋଗୁଁ ରେସକ୍ୟୁରେ ବିଳମ୍ବ ହେଉଛି । ଗତ କିଛିଦିନ ହେଲାଣି କଶ୍ମୀରରେ ବର୍ଷା ଏବଂ କୁଆପଥର ପଡୁଛି । ସେନା ପକ୍ଷରୁ ସିଡି ପକାଇ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । କିଛି ଘଣ୍ଟା ଚେଷ୍ଟା କରିବା ପରେ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇସାରିଲାଣି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ଯାନ୍ତ୍ରିକ ତ୍ରୁଟି କାରଣରୁ ଗୁଲମାର୍ଗ ଗୋଣ୍ଡୋଲା କେବଲ୍ କାର ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । କ୍ୟାବିନରେ ଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଛନ୍ତି । ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି, ଭୟଭୀତ ହେବାର ନାହିଁ ।

Post Views: 110
Share200Tweet125Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In