ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ଗତ ତା ୧୫-୦୯-୨୦୨୪ ରିଖ ଦିନ ପାଲା ତଥା ଗୋଟିପୁଅ ନୃତ୍ୟ ଜଗତରେ ଜଣେ ଅନନ୍ୟ ପ୍ରତିଭାଧର ଓଡ଼ିଶୀ ଓ ଭଜନ କଣ୍ଠଶିଳ୍ପୀ ରୂପେ ସୁନାମ ଅର୍ଜନ କରିଥିବା ସ୍ଵର୍ଗତ ବାଇଧର ସାହୁ (ବାଇନ)ଙ୍କ ଏକାଦଶାହ ଅବସରରେ ଏକ ଭାବପୂର୍ଣ ସ୍ମୃତିଚାରଣ ସଭା ବଳଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ପାଲା ଗାୟକ ମଣ୍ଡଳ ଓ ସ୍ଵର୍ଗତ ସାହୁ ବହୁଦିନ ଧରି ଜଡ଼ିତ ରହିଥିବା କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ଦ୍ଵାରା ଆୟୋଜିତ ଏହି ସ୍ମୃତିସଭାରେ ସତ୍ୟବାଦୀ ମଣ୍ଡଳ ଉପଦେଷ୍ଟା ଦେବୀପ୍ରସାଦ ମହାପାତ୍ର, ସମ୍ପାଦକ ରମେଶ ଚନ୍ଦ୍ର ପଲେଇ, ସହ-ସମ୍ପାଦକ ବିଜୟ ଚନ୍ଦ୍ର ସାମନ୍ତରାୟ, ଗାୟକ ସଦାଶିବ ବରାଳ, ତପନ ନନ୍ଦ , ଗୈରୀ ମଣ୍ଡଳ ସମ୍ପାଦକ ଶରତ ଚନ୍ଦ୍ର ଦାଶ, ଗାୟକ ବୈକୁଣ୍ଠ ପ୍ରଧାନ, ବାୟକ ପ୍ରଫୁଲ୍ଲ ପ୍ରଧାନ, ସୁର୍ଦଶନ ଜେନା, ଅକ୍ଷୟ ମହାପାତ୍ର,,କୈଳାସ ଗୋଟିପୁଅ ସମ୍ପାଦକ ଗୁରୁ କୈଳାସ ଚନ୍ଦ୍ର ବିଶ୍ଵାଳ, ଗୋଟିପୁଅ ଗୁରୁ ବାବୁଲି ଭୂୟାଁ, କୃଷ୍ଣ ଚନ୍ଦ୍ର ନାୟକ,ଅକ୍ଷୟ ମହାପାତ୍ର, ଭରତ ଜେନା,ଅନନ୍ତ ଗୁରୁଦାସ ପାଲା ସମିତିର ସମ୍ପାଦକ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ସ୍ଵର୍ଗତ ସାହୁଙ୍କ ଅତୁଳନୀୟ ଗାୟନ ପ୍ରତିଭା ଓ ଆଦରଣୀୟ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ପୂର୍ବତନ ସମ୍ପାଦକ ପ୍ରମୋଦ ସାହୁ ସଭା ସଂଯୋଜନା କରିଥିଲେ। ଦୀର୍ଘଦିନର ଅସୁସ୍ଥତା ପରେ ଗତ ୫ ତାରିଖରେ ୬୨ ବର୍ଷ ବୟସରେ ସ୍ଵର୍ଗତ ସାହୁଙ୍କର ଦେହାନ୍ତ ହୋଇଥିଲା।
