• About Us
  • Contact Us
Wednesday, June 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

by Voice of Victims
June 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

ଭୁବନେଶ୍ୱର: ଆଂଚଳିକ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ କ୍ୟାମ୍ପସ୍‌-୩ ର ସର୍ଜିକାଲ୍‌ ଟିମ୍‌ ଦ୍ୱାରା ଜଣେ ୬୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ବିପଜ୍ଜନକ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ସମ୍‌ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ସରସ୍ୱତୀ ବେହେରା ନାମକ ମହିଳା ଅସହ୍ୟ ମୁଣ୍ଡବିନ୍ଧା, ବାମ ହାତ ଓ ଗୋଡ଼ରେ ଦୁର୍ବଳ ଅନୁଭବ କାରଣରୁ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ସ୍ନାୟବିକ ଲକ୍ଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ଏମ୍‌ଆର୍‌ଆଇ କରାଯାଇଥିଲା ।

ଇମେଜିଙ୍ଗରୁ ଜଣାପଡିଥିଲା ଯେ ତାଙ୍କ ମସ୍ତିଷ୍କରେ ଏକ ବୃହତ ଟ୍ୟୁମର ରହିଛି । ମସ୍ତିଷ୍କର ଏହି ସ୍ଥାନରେ ଟ୍ୟୁମର ହେବା ଅତ୍ୟନ୍ତ ଜଟିଳ, କାରଣ ଏହା ମସ୍ତିଷ୍କର ମୂଳ ଅଂଶରେ ଥାଏ ଏବଂ ଚେହେରାର ଚଳପ୍ରଚଳ ଓ ଶ୍ରବଣ ଶକ୍ତି ନିୟନ୍ତ୍ରଣ କରୁଥିବା ସୂକ୍ଷ୍ମ ସ୍ନାୟୁଗୁଡ଼ିକ ଏହାର ନିକଟବର୍ତୀ ହୋଇଥାନ୍ତି । ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ନ୍ୟୁରୋସର୍ଜରୀ ବିଭାଗର ଉଚ୍ଚକୋଟୀର ଜ୍ଞାନକୌଶଳ ଏବଂ ବିଶେଷଜ୍ଞଙ୍କ ସହାୟତା ନେଇଥିଲା । ହାଇ-ପ୍ରିସିସନ ନ୍ୟୁରୋସର୍ଜିକାଲ୍‌ ମାଇକ୍ରୋସ୍କୋପ୍‌ ସାହାଯ୍ୟରେ ଡାକ୍ତରମାନେ ମସ୍ତିଷ୍କର ଅତି ସୂକ୍ଷ୍ମ ଅଂଶ ଏବଂ ରକ୍ତବାହିକାଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରିଥିଲେ । ସିୟୁଏସ୍‌ଆଇ (କାର୍ଭିଟ୍ରନ୍‌ ଅଲଟ୍ରାସୋନିକ ସର୍ଜିକାଲ୍‌ ଆସ୍ପିରେଟର୍‌) ଭଳି ଅତ୍ୟାଧୁନିକ ମେସିନ୍‌ ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବ୍ୟବହାର କରି ସୁସ୍ଥ ମସ୍ତିଷ୍କ ଏବଂ ସ୍ନାୟୁକୁ ସୁରକ୍ଷିତ ରଖି ଟ୍ୟୁମରଟିକୁ ଖଣ୍ଡ ଖଣ୍ଡ କରି ବାହାର କରିଥାଏ ।

ଏହି ସଫଳ ଅସ୍ତ୍ରୋପଚାର ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଜଗଦେବଙ୍କ ନେତୃତ୍ୱରେ କରାଯାଇଥିବାବେଳେ ଏଥିରେ ନ୍ୟୁରୋ-ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର, ଆଇସିୟୁ, ଓଟି ଏବଂ ନର୍ସିଂ ଟିମ୍‌ ସହଯୋଗ କରିଥିଲେ । ଏହି ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା । ଏହା ପ୍ରମାଣିତ କରିଛି ଯେ ବର୍ତମାନ ଜଟିଳ ନ୍ୟୁରୋସର୍ଜରୀ ପାଇଁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ଯିବା ପରିବର୍ତେ ସ୍ଥାନୀୟ ଅଂଚଳରେ ଏହି ସେବା ଉପଲବ୍ଧ ହୋଇପାରିବ ବୋଲି ଆଇଏମଏସ୍‌ ଏବଂ ସମ୍‌ ହସ୍ପିଟାଲ-୨ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି । ଏହି ସଫଳତା କେବଳ ଜଣେ ରୋଗୀଙ୍କ ଜୀବନ ରକ୍ଷାର କଥା ନୁହେଁ, ବରଂ ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ନ୍ୟୁରୋସର୍ଜରୀ ସେବାର ଏକ ନୂଆ ଅଧ୍ୟାୟର ଆରମ୍ଭ । ଆମର ଲକ୍ଷ୍ୟ ହେଉଛି ରୋଗୀମାନଙ୍କୁ ବଡ଼ ସହର କିମ୍ବା ଅନ୍ୟ ରାଜ୍ୟକୁ ନଯାଇ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ବୋଲି ସେ କହିଛନ୍ତି ।”

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍‌ ସମ୍ମାନ
  • ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା
  • ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ
  • ହରିଦ୍ବାରରୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ, ରାସ୍ତାରେ କରାଗଲା ଚିକିତ୍ସା
  • ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In