ବାଲେଶ୍ଵର (ଭିଓଭି ) ୧୮/୬ : – ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉତ୍ପାଦିକା ଗୋଷ୍ଠୀ ର ମହିଳା ମାନେ ନିଜର ଉତ୍ପାଦିତ ସାମଗ୍ରୀ କୁ ବିକ୍ରୟ କରିବା ପାଇଁ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି ବଜାର । ମହିଳା ମାନେ ଉତ୍ପାଦିତ ସାମଗ୍ରୀ କୁ ମିଶନ ଶକ୍ତି ବଜାର ମାଧ୍ୟମରେ ବିକ୍ରି କରି ଲାଭବାନ ହେଉଥିଲେ । ପ୍ରାୟ ୩୦୦ ରୁ ଅଧିକ ଗ୍ରୁପ୍ ର ମହିଳାଙ୍କ ର ଜୀବନ ଜୀବିକା ଏହି ମିଶନ ଶକ୍ତି ବଜାର ମାଧ୍ୟମରେ ପୁରଣ ହେବା ସହିତ ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ଗତ ୨ବର୍ଷ ହେଲାଣି ମିଶନ ଶକ୍ତି ବଜାରର କର୍ମୀ ଏବଂ ଉତ୍ପାଦକ ଗୋଷ୍ଠୀ ଗୁଡ଼ିକ ନିଜର ପ୍ରାପ୍ୟ ପାଇନାହାନ୍ତି ।

ଆବଶ୍ୟକ ପରିମାଣର ଦ୍ରବ୍ୟ ନ ଥିବାରୁ ଅଧିକ ସମୟ ମିଶନ ଶକ୍ତି ବଜାର ବନ୍ଦ ରହୁଛି । ମିଶନ ଶକ୍ତି ବଜାର ଟି ଜିଲାପାଳଙ୍କ କାର୍ଯ୍ୟାଳୟ ରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ । ଜିଲ୍ଲା ସଂଘର ସଭାପତି ଏବଂ ସମ୍ପାଦିକା ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ସୋଇପାରିନାହିଁ । ଏ ସମସ୍ୟାର ଯଥାଶୀଘ୍ର ସମାଧାନ କରା ନ ଗଲେ ଗୋଷ୍ଠୀ ର ମହିଳା ମାନେ ନିଜର ଜୀବିକା ହରାଇବେ ବୋଲି ସଂଘ ର ସମ୍ପାଦିକା ନିଜର ମତ ପ୍ରକାଶ କରିଛନ୍ତି ।
