• About Us
  • Contact Us
Tuesday, May 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

by Voice of Victims
May 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରଣପୁର, ୧୭/୦୫ : ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଉଚ୍ଚ ବିଦ୍ୟାଳୟରେ “ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ” ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଗଦାଧର ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମାଜସେବୀ ଭରତ ରଣସିଂହ, ଶିକ୍ଷାବିତ ଅଶୋକ କୁମାର ଦାଶ, ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଏସ.ଏମ.ଡି.ସି. ସଭାପତି ସୁବଳ ଚରଣ ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧ୍ରୁବ ଚରଣ ମାର୍ଥା, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ସଭାପତି ସୁନୀଲ ମହାନ୍ତି, ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର, ଶିକ୍ଷକ ଅଜୟ କୁମାର ସାହୁ ଓ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

ଅତିଥିମାନେ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ଓ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ । ସି.ଆର.ସି.ସି. ସୁଶୀଲ କୁମାର ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଶିକ୍ଷାବିତ ଅଶୋକ କୁମାର ଦାଶ ନିଜ ପିତା ମୃତ୍ୟୁଞ୍ଜୟ ଦାଶ ଓ ମାତା ହାରାମଣୀ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଛାତ୍ରବୃତ୍ତି ପ୍ରଚଳନ କରିଥିବା ବେଳେ, ଏହାକୁ ପ୍ରତିବର୍ଷ ଜାରି ରଖିବା ପାଇଁ ସ୍କୁଲର ଜମା ଖାତାରେ ୧୦ ହଜାର ଟଙ୍କା ଜମା କରିଛନ୍ତି । ଏହି ମୂଳ ଜମାର ସୁଧ ରାଶିରୁ ପ୍ରତିବର୍ଷ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ “ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି” ପ୍ରଦାନ କରାଯିବ ।

ଚଳିତ ବର୍ଷ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଇତିଶ୍ରୀ ପରିଡ଼ାଙ୍କୁ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟା ଛବି ଜେନା, ଇତିଶ୍ରୀ ରଣା, ଗାୟତ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆର୍ଟ୍ ଅଫ୍ ଗିଭିଂ
  • ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ
  • କେରଳମରେ ଆଜିଠାରୁ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ
  • ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ
  • ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In