• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୋହନ ସରକାରଙ୍କ ଯୋଗୀ ମଡେଲ, ଏକାଧିକ ମାମଲାରେ ଜଡ଼ିତ ଥିବା ଅପରାଧୀଙ୍କ ଘରେ ଚାଲିଲା ବୁଲ ଡୋଜର

by Voice of Victims
November 11, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମୋହନ ସରକାରଙ୍କ ଯୋଗୀ ମଡେଲ, ଏକାଧିକ ମାମଲାରେ ଜଡ଼ିତ ଥିବା ଅପରାଧୀଙ୍କ ଘରେ ଚାଲିଲା ବୁଲ ଡୋଜର

ବଡ଼ବିଲ: ଅପରାଧୀଙ୍କୁ ମୋହନ ସରକାରଙ୍କ ଛାଟ, ଏକାଧିକ ମାମଲାରେ ଜଡ଼ିତ ଥିବା ଅପରାଧୀ ଙ୍କ ଘରେ ବୁଲିଛି ବୁଲ ଡୋଜର। କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ର ବରକତ ନଗର ଓ ଭଞ୍ଜ କଲୋନୀ ଅଞ୍ଚଳରେ ଆଜି ଯୋଗୀ ସରକାର ଙ୍କ ୟୁପି ମଡେଲ ରେ ମୋହନ ସରକାରଙ୍କ ବୁଲ ଡୋଜର ବୁଲିଥିବା ଦେଖିବାକୁ ମିଳିଛି । ସରକାରୀ ଜମିରେ ଜବର ଦଖଲ ସହ ଅନେକ ଅପରାଧୀକ ମାମଲାରେ ଜଡିତ ଥିବା ଅପରାଧୀଙ୍କ ଘର ଆଜି ମାଟିରେ ମିଶାଇଛି ବଡ଼ବିଲ ପ୍ରଶାସନ, ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ମାସ ପୂର୍ବରୁ ବଡ଼ବିଲ ପୌରପାଳିକା ପକ୍ଷରୁ ସରକାରୀ ଜମିରେ ଜବର ଦଖଲ କରି ରହୁଥିବା ଅପରାଧି ଓ ଏକାଧିକ ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ନାମରେ ନୋଟିସ ଜାରି କରିବା ସହିତ ଘର ଖାଲି କରିବା ପାଇଁ କୁହାଯାଇଥିଲା ।

ଗତକାଲି ସନ୍ଧ୍ୟା ସମୟରେ ବଡ଼ବିଲ ତହସିଲଦାର, ବଡ଼ବିଲ କାର୍ଯ୍ୟନିର୍ବାହୀ ଅଧିକାରୀ, ବଡ଼ବିଲ ଏସଡିପିଓ ଓ ବଡ଼ବିଲ ଥାନା ଅଧିକାରୀ ମିଳିତ ଭାବରେ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଭୋର ସକାଳ ସାତଟା ସମୟରେ ବଡ଼ବିଲ ପ୍ରଶାସନ ଆକ୍ସନ ମୋଡରେ ଆସି ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରି ବରକତ ନଗରର ସାହଦାତ୍ ଖାନ୍ ଓ ଏମଡି ରାଜା ଓରଫ ନିହାଲ ଖାନ୍ ର ଘର ଏବଂ ଭଞ୍ଜ କଲୋନୀ ର ଆଲୋକ ରାମ ଓ ଅଭିମନ୍ୟୁ ପ୍ରଧାନ ର ଘର ମାଟିରେ ମିଶାଇଛନ୍ତି ।

ଏବେ ଅପରାଧିକ ମାମଲାରେ ଜଡିତ ରହି ସରକାରୀ ଜମି ଜବର ଦଖଲ କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ । ଉକ୍ତ ଘଟଣାରେ ବଡ଼ବିଲ ତହସିଲଦାର ରାକେଶ ପଣ୍ଡାଙ୍କ ସମେତ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ପିଙ୍ଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ବଲାଣି ଥାନା ଅଧିକାରୀ ଲୋବ ବୋଡ଼ା ,ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର୍ ସାମଲ, ରୁଗୁଡ଼ି ଥାନା ଅଧିକାରୀ ରବି ଶଙ୍କର ଭଇଁସା ଆଦି ଉପସ୍ଥିତ ରହିଥିଲେ ।

Post Views: 117
Share203Tweet127Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In