• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ମୋଟରଯାନ କାଗଜପତ୍ରର ହେବ କଡ଼ାକଡ଼ି ଯାଞ୍ଚ

by Voice of Victims
August 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୋଟରଯାନ କାଗଜପତ୍ରର ହେବ କଡ଼ାକଡ଼ି ଯାଞ୍ଚ

ଭୁବନେଶ୍ୱର : ଆଗକୁ ମୋଟରଯାନ କାଗଜପତ୍ର ଯାଞ୍ଚକୁ ବ୍ୟାପକ କରିବାକୁ ଯାଉଛି ରାଜ୍ୟ ପରିବହନ ପ୍ରାଧିକରଣ । ବେଆଇନ ଭାବେ କୌଣସି ଗାଡ଼ି ଚାଲୁଥିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱତନ୍ତ୍ର ଦଳ ଗଠନ କରି ସାରା ରାଜ୍ୟରେ ଏନଫୋର୍ସମେଣ୍ଟ କରାଯିବ । ତେବେ ମୋଟର ଯାନ ଶୁଳ୍କ କ୍ଷେତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ରିହାତି ବ୍ୟବସ୍ଥା ଏବେ ମଧ୍ୟ ଜାରି ରହିଛି । ଫଳରେ ଶୁଳ୍କ ପୈଠ କରି ନ ଥିବା ଗାଡ଼ି ମାଲିକମାନେ ବକେୟା ଶୁଳ୍କ ଏକକାଳୀନ ପୈଠ କରି ଜୋରିମାନା ରାଶି ସଂପୂର୍ଣ୍ଣ ଛାଡ଼ର ଲାଭ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଆଇନ ଅନୁଯାୟୀ ଶୁଳ୍କ ପୈଠ ନ କରି ଗାଡ଼ି ଚଲାଉଥିବା ମାଲିକଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଏସଟିଏର ବରିଷ୍ଠ ଅଧିକାରୀ ଓ ଆରଟିଓମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବିଭାଗର ଜୋରିମାନା କ୍ଷମା ନିଷ୍ପତ୍ତି କିଭଳି ଅଧିକରୁ ଅଧିକ ଗାଡ଼ି ମାଲିକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେମାନେ ଏହାର ଲାଭ ନେଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କମିସନର । ଏ ଦିଗରେ ସଚେତନତା ସୃଷ୍ଟି ସହ ଗାଡ଼ି ମାଲିକଙ୍କୁ ତଥ୍ୟ ସଂପର୍କରେ ସଂପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶିତ ରିହାତି ଯୋଜନା ଅନୁଯାୟୀ ବାଣିଜ୍ୟଭିତ୍ତିକ ଗାଡ଼ି କ୍ଷେତ୍ରରେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଖିଲାପକାରୀମାନେ ଏହି ଯୋଜନାର ଲାଭ ନେଇପାରିବେ । ଏହି ଯୋଜନା ଅନୁଯାୟୀ ବକେୟା ଥିବା ସମସ୍ତ କରକୁ ଏକକାଳୀନ ପୈଠ କରିବାକୁ ହେବ । କର ପୈଠରେ ବିଳମ୍ବ ଯୋଗୁଁ ଲାଗୁ ହୋଇଥିବା ଜରିମାନା ରାଶି ଛାଡ଼ କରିଦିଆଯିବ । ଏହାସହ ସ୍କ୍ରାପ୍ ସୁବିଧା ନେବାକୁ ଚାହୁଁଥିବା ଗାଡ଼ି ମାଲିକଙ୍କ ପାଇଁ ମଧ୍ୟ ଏହି ରିହାତି ସୁବିଧା ରହିଛି । ୧ ଏପ୍ରିଲ ୧୯୯୨ରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କର ବାକି ରଖିଥିବା ଗାଡ଼ି କ୍ଷେତ୍ରରେ କେବଳ ଜୋରିମାନାରେ ଛାଡ଼ ନୁହେଁ, ଶୁଳ୍କ ରାଶିରେ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ର ସୁଯୋଗ ରହିଛି । ଏହା ସହ ୧ ଏପ୍ରିଲ ୧୯୯୨ ପୂର୍ବରୁ ବାକି ଥିବା ଗାଡ଼ି ପାଇଁ ଶତପ୍ରତିଶତ ସମସ୍ତ ରାଶି ଛାଡ଼ କରିବାର ଘୋଷଣା କରାଯାଇଛି । ଫଳରେ ସେମାନେ ବିନା କୌଣସି ରାଶି ପୈଠ ନକରି ସରକାରୀ ଭାବେ ଗାଡ଼ି ସ୍କ୍ରାପ୍ ସୁବିଧା ନେଇପାରିବେ । ଏହାସହ ଯଦି ଆପଣ ପୂର୍ବରୁ ଆରଟିଓଙ୍କ ଅନୁମତି ବିନା ଗାଡ଼ି ସ୍କ୍ରାପ୍ କରିଦେଇଛନ୍ତି ତେବେ ମଧ୍ୟ ଏହି ସୁବିଧାର ଲାଭ ନେଇପାରିବେ । ତେବେ ଟ୍ରାକ୍ଟର, କୃଷିଭିତ୍ତିକ ଟ୍ରାକ୍ଟର, ଟ୍ରଲର, ତିନି ଚକିଆ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି କ୍ଷେତ୍ରରେ ସାମାନ୍ୟ ଭିନ୍ନ ନିୟମ ରହିଛି । ଯାହାର ସବିଶେଷ ତଥ୍ୟ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ପରିବହନ ବିଭାଗର ୱେବସାଇଟରେ ଉପଲବ୍ଧ ରହିଛି । ତେଣୁ ଶୁଳ୍କ ବକେୟା ରଖିଥିବା ଗାଡ଼ି ମାଲିକ ଆରଟିଓ କାର୍ଯ୍ୟାଳୟକୁ ଯାଇ ନିଜ ଗାଡ଼ିର ବକେୟା ଶୁଳ୍କ ଏକକାଳୀନ ପୈଠ କରି ଏ ଦିଗରେ ମିଳୁଥିବା ସୁବିଧାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ପରିବହନ କମିସନର । ଏହି ସୁବିଧାର ଲାଭ ଥରେ ନିଆଯାଇପାରିବ ଏବଂ ୨୬ ଡିସେମ୍ବର ୨୦୨୪ ଯାଏଁ ଏହା ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି ।

Post Views: 55
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In