• About Us
  • Contact Us
Thursday, August 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, କହିଲେ ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଛି

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, କହିଲେ ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଛି

ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଭୁବନେଶ୍ୱର ପାଇଁ ଦାୟିତ୍ୱ ନିଭାଇବାରେ ୧୦୦ ପ୍ରତିଶତ ଚେଷ୍ଟା କରୁଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ଭୁବନେଶ୍ବରରେ ୫୫ ପ୍ରକାର କାର୍ଯ୍ୟ କରାଯାଇଛି । ସଂସଦୀୟ କ୍ଷେତ୍ରରେ ୮ ଟି ମୁଖ୍ୟ କାର୍ଯ୍ୟ ରହିଛି। ୧୮ ପ୍ରସ୍ତାବରୁ ୧୧ ଟି ଉପରେ ବର୍ତ୍ତମାନ କାମ ଚାଲିଛି । ୧୦ଟି ଫୁଟ ଓଭର ବ୍ରିଜ୍ ,୭ ଟି ଫ୍ଲାଏ ଓଭର, ୧୬ ଟି ଅଣ୍ଡର ପାସ୍ ହୋଇଛି । ପଳାଶୁଣୀରେ ୭ ମିଟରର ସର୍ଭିସ ରୋଡ କରିବାକୁ ଯୋଜନା ଚାଲିଛି । ପଳାଶୁଣୀରୁ ରସୁଲଗଡ଼ ଭିତରେ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ ଓଭର ବ୍ରିଜ୍ ଓ ସ୍କାଏ ମାର୍ଗ କରାଯିବ। ୧୧୧କିମି ୬ ଲେନ୍ ବିଶିଷ୍ଟ ରାସ୍ତାର କାମ ଆରମ୍ଭ ହେବ । ଯାହା ଦ୍ୱାରା ୩ ଜିଲ୍ଲା ବିଶେଷ ଭାବେ ଉପକୃତ ହେବେ।

ଭୁବନେଶ୍ୱର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଆଣିବାକୁ ୩୭ ଟି ବଡ ବଡ ରୋଡ କରାଯିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅପରାଜିତା । ୭ ହଜାର ୫୦୦ ସୋଲାର ଲାଇଟ ର ବ୍ୟବସ୍ଥା କରାଯାଇଛି । ୬୫୭ ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସରେ ଆକ୍ୱାଗର୍ଡ ପାଣିର ବ୍ୟବସ୍ଥା କରାଯାଇଛି । ପାଣ୍ଡରା ଛକରେ ମଡର୍ଣ୍ଣ ହୋଲସେଲ୍ ମାଛ ମାର୍କେଟ ଖୁବଶୀଘ୍ର ହେବ । ଏଥିପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବ । ୬୩୦ କୋଟି ବ୍ୟୟରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଭୁବନେଶ୍ୱରର ଅନେକ ପ୍ରାଚୀନ ମନ୍ଦିରକୁ ଏଏସଆଇ ଅଧୀନକୁ ଅଣା ଯାଇଛି । ପ୍ରତି ବ୍ଲକରେ ହେବ ଲାଇବ୍ରେରୀ । ତେଣୁ ଆଗକୁ ସେଠାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ। ଏଥିପାଇଁ ନିଜେ ଯାଇ ପିଲାଙ୍କୁ ତାଲିମ ଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଅପରାଜିତା । ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି । ଜନ ଔଷଧି କେନ୍ଦ୍ର ବର୍ତ୍ତମାନ ୧୧୫ ଟି ବିଭିନ୍ନ ଅଞ୍ଚଳରେ ରହିଛି । ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ଦିଗରେ ସରକାର ସକାରାତ୍ମକ ଅଛନ୍ତି ଓ କାମ କରାଯିବ ବୋଲି ସରକାର କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ
  • ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍
  • ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା
  • ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ, ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ
  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In