• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବକେୟା ଭତ୍ତା ତୁରନ୍ତ ପ୍ରଦାନ ସହ ୩୫୦୦ ଟଙ୍କା ଭତ୍ତା ବୃଦ୍ଧି ମୁଲିଆ ଙ୍କୁ କାମ ଦାବୀରେ ରଣପୁର ବ୍ଳକ ଘେରାଉ

by Voice of Victims
June 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବକେୟା ଭତ୍ତା ତୁରନ୍ତ ପ୍ରଦାନ ସହ ୩୫୦୦ ଟଙ୍କା ଭତ୍ତା ବୃଦ୍ଧି ମୁଲିଆ ଙ୍କୁ କାମ ଦାବୀରେ ରଣପୁର ବ୍ଳକ ଘେରାଉ

ରଣପୁର, ୧୦ ଜୁନୁ :– ସିପିଆଇ (ଏମ ) ପାର୍ଟିର କ୍ଷେତ ମଜଦୁର ୟୁନିୟନ ଓ ଗ୍ରାମୀଣ ମଜଦୁର ୟୁନିୟନ ଆହ୍ୱାନ କ୍ରମେ ଆଜି ରାଜ୍ୟ ବ୍ୟାପୀ ଅନୁଷ୍ଠିତ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ବ୍ଳକ ଘେରାଉ ସହ ବ୍ଳକ ସମ୍ମୁଖରେ ସତାଧିକ ଲୋକଙ୍କ ଗଣଧାରଣା ସଂଗଠିତ ହୋଇଥିଲା।କ୍ଷେତ ମୁଲିଆ ନେତା କୁଳମଣି ପାଲେଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଗଣଧାରଣା ରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରୀବ ମାରଣା ଓ ଖାଉଟି ମାରଣା ନୀତି କୁ ତୀବ୍ର ସମାଲୋଚନା କରିଥିଲେ।ବାର ବର୍ଷର ବିଜେପି ମୋଦୀ ସରକାର ଓ ଦୁଇ ବର୍ଷର ମୋହନ ସରକାର ନିଜ ନିଜର ଦେଇଥିବା ପ୍ରତି ଶୃତି କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ସାଧାରଣ ଜନତା ଙ୍କ ସରକାରୀ ସୁବିଧା କୁ କାଟି ଜନ ଗଣଙ୍କୁ ଡବଲ ଇଂଜିନ ସରକାର ଭୂଆଁ ବୁଲାଉ ଛନ୍ତି ଓ ଆଦାନୀ ଆମ୍ବାନୀ ଭଳି ବୃହତ ପୁଞ୍ଜିପତି ଙ୍କୁ ସମସ୍ତ ଲାଭ ଦେଇ ଚାଲିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ମନରେଗା ଭଳି ନିଯୁକ୍ତି ଭିତ୍ତିକ ଯୋଜନା କୁ ଉଛେଦ କରି ଓ ବିନା ବଜେଟ ରେ ବିଭିଜି ରାମ ଜି ଭଳି ନିଯୁକ୍ତି ସଂକୋଚନ ଯୋଜନା କୁ କାଏମ କରିବା ଏକ ମିଥ୍ୟା ପ୍ରହସନ ବୋଲି କହିଥିଲେ।

ଏହା ଫଳରେ ମଜୁରିଆ ଆଜି କାମ ପାଉ ନ ଥିଲା ବେଳେ ଆକାଶ ଛୁଆଁ ଦରବୃଦ୍ଧି, ବାରମ୍ବାର ବିଜୁଳି କାଟ,ଭତ୍ତା ଦେବାରେ ଅନିୟମିତତ୍ତା ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସରକାର ତୁରନ୍ତ ତିନି ମାସର ବକେୟା ଭତ୍ତା ପ୍ରଦାନ ସହ ଭତ୍ତା ହିତାଧିକାରିଙ୍କୁ ମାସିକ ୩୫୦୦ ଟଙ୍କା ବୃଦ୍ଧି ପ୍ରତିଶୃତି ପାଳନ, ମନ ରେଗା ଯୋଜନା ର ପୁନଃ ପ୍ରଚଳନ,ମଜୁରିଆଙ୍କୁ ଦୈନିକ ୭୦୦ଟଙ୍କା ମଜୁରୀ ସହ ବର୍ଷକୁ ୨୦୦ ଦିନ କାର୍ଯ୍ୟ,୩୦୦ ୟୁନିଟ ବିଦୂତ ବିଲି ଛାଡ଼,୫ ଲକ୍ଷ ଟଙ୍କା ରେ ସରକାରୀ ବାସ ଗୃହ,ଭୂମି ହୀନକୁ ଜମି ଓ ଭଗଚାଷୀ ଙ୍କୁ ମାନ୍ୟତା ଦେବା ସହ ଆକାଶ ଛୁଆଁ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ସଂଗଠନ ତରଫରୁ ଦାବୀ କରାଯାଇ ଥିଲା। ଆନ୍ଦୋଳନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ବଳିତ ଦାବୀ ପ୍ରଦାନ କରିଥିଲେ। ଦାବୀ ଗୁଡିକ ତୁରନ୍ତ କାର୍ଯ୍ୟକାରୀ ନ କଲେ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତ୍ତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଥିଲା।


ଏହି କାର୍ଯ୍ୟ କ୍ରମ ରେ କ୍ଷେତ ମଜଦୁର ୟୁନିୟନ ର ରାଜ୍ୟ ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଜିଲ୍ଲା ସମ୍ପାଦକ ଦୁଃଶାସନ ଜେନା,ଶ୍ରମିକ ନେତା ସୁରେଶ ସ୍ୱାଇଁ, ମହିଳା ନେତ୍ରୀ ସଂଯୁକ୍ତା ସେଠୀ,ଜୟନ୍ତୀ ମହାରଣା,ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
  • ପତଞ୍ଜଳି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
  • ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା
  • ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ
  • ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In