• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

‘ମୋ ବସ୍‌’ ହେବ ‘ଆମ ବସ୍‌’

by Voice of Victims
February 8, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
‘ମୋ ବସ୍‌’ ହେବ ‘ଆମ ବସ୍‌’

ଭୁବନେଶ୍ୱର :‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌’ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ‘ମୋ ବସ୍‌’ ଏକ ଅହଂକାର ଶବ୍ଦ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍ ହେବ ବୋଲି ସେ କହିଛନ୍ତି।ଏହାଛଡ଼ା ସେ କହିଛନ୍ତି ଯେ ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍‌ରେ କ୍ୟାମେରା ସହ ସ୍ୱତନ୍ତ୍ର ଡିଭାଇସ୍ ଖଞ୍ଜା ଯିବ। ଫଳରେ ଯଦି କୌଣସି ଡ୍ରାଇଭରଙ୍କ ଆଖି ଲାଖିଯାଏ ତାହେଲେ ସାଇରନ ମଧ୍ୟ ବାଜିବ। ଏହାଦ୍ୱାରା ଦୁର୍ଘଟଣାକୁ ଏଡ଼ାଇବା ବେଶ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭିନ୍ନ ସ୍ଥାନରେ ‘ମୋ ବସ୍‌’ ଦୁର୍ଘଟଣା ଘଟାଉଥିବା ଅଭିଯୋଗ ହେଉଥିବା ବେଳେ ଗତ ୪ ତାରିଖ ଦିନ ଭୁବନେଶ୍ୱରର କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍‌’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଥିଲା। ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ ମୁନି ଜୁଆଡ଼ି (୧୨)ଙ୍କ ଉପରେ ମୋ ବସ୍ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ବସ୍ ଚାଳକ ଥାନାରେ ଆତ୍ମସମର୍ପଣ କରିଥିଲେ। କେବଳ ଏତିକି ନୁହେଁ ମୋ ବସ୍ ନାମରେ ଆହୁରି ଅନେକ ଅଭିଯୋଗ ମଧ୍ୟ ହେଉଛି।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In