• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଲଢିବେନି ନରସିଂହ

by Voice of Victims
January 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲଢିବେନି ନରସିଂହ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ରାଜ୍ୟ ରାଜନୀତି ସେତିକି ଗରମାଗରମ ହେବାରେ ଲାଗିଛି। କିଏ କେଉଁଠି ଛିଡା ହେବ, କାହାକୁ କେଉଁ ଦଳ ଟିକେଟ ଦେବ ସେ ନେଇ ଚାଲିଛି ଚର୍ଚ୍ଚା। ଏହି ଭିତରେ ଆଉ ଏକ ବଡ ଖବର ଆସିଛି। ତାହା ହେଲା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଘୋଷଣା।ନରସିଂହ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ବଲାଙ୍ଗିରର ବିଭିନ୍ନ କର୍ମି ସମ୍ମିଳନୀରେ ନରସିଂହ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ନିର୍ବାଚନ ଲଢିବି ନାହିଁ। ମୋର ସାନ ପୁଅ ସମରେନ୍ଦ୍ର ମିଶ୍ରକୁ ଦଳ ଟିକେଟ ଦେବାକୁ ଚାହୁଁଛି। ସେଥିପାଇଁ ନିର୍ବାଚନ ରାଜନୀତିରୁ ମୁଁ ଅବସର ନେଲି ବୋଲି ନରସିଂହ କହିଛନ୍ତି। ନରସିଂହଙ୍କ ସାନ ପୁଅ ସମରେନ୍ଦ୍ର ପୂର୍ବରୁ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇ ହାରିଯାଇଥିଲେ। ବର୍ତ୍ତମାନ ସେ ବିଧାନସଭା ପାଇଁ ଛିଡା ହେଲେ ବଲାଙ୍ଗିରରୁ ଲୋକସଭା ପ୍ରାର୍ଥୀ କିଏ ହେବ ସେ ନେଇ ଚାଲିଛି ଚର୍ଚ୍ଚା। ତେବେ ପୂର୍ବରୁ ନରସିଂହ ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ଦେଇଥିଲେ।

Post Views: 31
Share199Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In