• About Us
  • Contact Us
Monday, April 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ 

by Voice of Victims
April 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ 

ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସଂସଦରେ ବିଲ୍‌ କାଟ ଖାଇବା ପରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିରୋଧୀ ଦଳମାନଙ୍କୁ ନିଶାନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଛନ୍ତି । ନାରୀ ଶକ୍ତି ଏହାର ଜବାବ ଦେବେ । ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ନେଇ ସାରିଛନ୍ତି। ସେ ଯେଉଁ କାମ କରିବା ପାଇଁ ସଂକଳ୍ପ ନେଇଥାନ୍ତି, ତାକୁ ସଫଳ କରିବାରେ ଆଦୌ ପଛଘୁଞ୍ଚା ଦେବେ ନାହିଁ। ଯେଉଁମାନେ ଆଜି ଭାବୁଛନ୍ତି ଆମେ ଏହାକୁ ରୋକି ଦେଲୁ। ସେମାନେ ତାହା ଭୁଲ୍‌ ବୁଝିଛନ୍ତି।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଆଜିକା ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା । ନାରୀ ଶକ୍ତି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ଦେବେ । ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁନି କଂଗ୍ରେସ । କାରଣ ବିଲ୍‌ ପାସ୍‌ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ । ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେଇ ସାରିଛନ୍ତି।

ସେହିପରି ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ବାଂସୁରୀ ସ୍ୱରାଜ ମଧ୍ୟ ବିରୋଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, କିଛି ଲୋକଙ୍କ ରାଜନୈତିକ ସ୍ୱାର୍ଥ ପାଇଁ ନାରୀମାନଙ୍କ ସ୍ୱାର୍ଥ ବଳି ପଡ଼ିଛି। ବିରୋଧୀଙ୍କ ଚକ୍ରାନ୍ତ ଏଥିରେ ସ୍ପଷ୍ଟ ହୋଇଗଲା। ବିରୋଧୀ ଦେଶର ମାତୃଶକ୍ତିଙ୍କ ପିଠିରେ ଛୁରୀ ଭୁସିଦେ‌ଲେ। ସମ୍ବିଧାନ ଦେଖାଇ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ବାଂସୁରୀ। ଏହି ସମ୍ବିଧାନକୁ ସବୁବେଳେ ନେତା ପ୍ରତିପକ୍ଷ ଦେଖାଉଛନ୍ତି ତାକୁ କେବେ ପଢିନାହାନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ବର ୨୦୨୩ରେ ପାରିତ ହୋଇଥିଲା, ଯାହା ବିଲରେ ପରିଣତ ହେବା ପାଇଁ ଏ ସ୍ବତନ୍ତ୍ର ଅଧିବେଶନ ଅଣାଯାଇଥିଲା। ଡିଲିମିଟେସନକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କାହାର ଅଧିକାର ଏଥିରେ କ୍ଷୁର୍ଣ୍ଣ କରାଯାଇନାହିଁ। ଏହା ପରେ ମଧ୍ୟ ବିରୋଧୀ ଏହି ବିଲ୍ ଜଲଦି ଅଣାଯାଉଥିବା ଅଭିଯୋଗ କଲେ। ୪୦ବର୍ଷ ଲାଗିଗଲା ଏହାକୁ ଆଣିବାକୁ ଆପଣ କହୁଛନ୍ତି ଜଲଦି ଆସିଲା। ଏହା ଶ୍ରେୟ କିମ୍ବା କ୍ରେଡିଟର ଲଢ଼େଇ ନଥିଲା କହି ପ୍ରବଳ ବର୍ଷିଛନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ବିଜେଡିକୁ ନିଶାନା କରି କହିଛନ୍ତି ବିଲ୍‌ ବିରୋଧର ସ୍ୱରକୁ ଏବେ ପାର୍ଲିଆମେଣ୍ଟରୁ ପଞ୍ଚାୟତ ଯାଏଁ ନେବ ବିଜେପି। ଓଡ଼ିଶାରୁ ଯେଉଁମାନେ ଏହାକୁ ବିରୋଧ କରିଛନ୍ତି ସେମାନଙ୍କୁ ମଧ୍ୟ ଉଚିତ୍ ଜବାବ୍ ଦିଆଯିବ।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, କଟକରେ ପାଳନ ହେବ ରାଜ୍ୟସ୍ତରୀୟ କୃଷକ ଦିବସ
  • ଆଜି ପବିତ୍ର ଅକ୍ଷୟ ତୃତୀୟା; ବିଧି ପରମ୍ପରା ଅନୁଯାୟୀ ହେବ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ
  • ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ 
  • ଦେବଗଡ଼ରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି ଛୁଟି ; ଆବଶ୍ୟକ ପଡ଼ିଲେ ସକାଳୁଆ ପରୀକ୍ଷା କରିବାକୁ ନିର୍ଦ୍ଦେଶ
  • ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In