• About Us
  • Contact Us
Sunday, April 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ

by Voice of Victims
April 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ

ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା ।

ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌ ଆଣିଥିଲେ ମୋଦୀ ସରକାର । କିନ୍ତୁ ସଂସଦ ଓ ବିଧାନସଭାରେ କଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ । କାରଣ ବିଲ୍‌ ପାସ୍‌ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଭାବୁଛନ୍ତି ଯେ ଏହି ବିଲ୍ ଆଉ ଆସିପାରିବ ନାହିଁ । ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ମଧ୍ୟ ଏହି ବିରୋଧରେ ଥିଲେ । ଆନ୍ତରିକତାର ଅଭାବ ପାଇଁ ବିରୋଧୀ ଏହି ପରିସ୍ଥିତି କରିଛନ୍ତି । ବିରୋଧୀଙ୍କୁ ନାରୀ ଶକ୍ତି ଏହାର କଡା ଜବାବ ଦେବେ ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆପଣ ଶୁଣିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବେଦନା ଓ ମାତୃଶକ୍ତି ପ୍ରତି ତାଙ୍କ ସମବେଦନା ଥିଲା । ଯେଉଁଥିରେ ବିରୋଧୀଙ୍କ ଚକ୍ରାନ୍ତ ଏଥିରେ ସ୍ପଷ୍ଟ ହୋଇଗଲା। ବିରୋଧୀ ଦେଶର ମାତୃଶକ୍ତି ଙ୍କ ପିଠିରେ ଛୁରୀ ଭୁସିଲେ। ସମ୍ବିଧାନ ଦେଖାଇ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ବାଂସୁରୀ । ଏହି ସମ୍ବିଧାନକୁ ସବୁବେଳେ ନେତା ପ୍ରତିପକ୍ଷ ଦେଖାଉଛନ୍ତି ତାକୁ କେବେ ପଢିନାହାନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ବର 2023 ରେ ପାରିତ ହୋଇଥିଲା। ଯାହା ବିଲରେ ପରିଣତ ହେବା ପାଇଁ ଏ ସ୍ବତନ୍ତ୍ର ଅଧିବେଶନ ଅଣାଯାଇଥିଲା। ଡିଲିମିଟେଶନ କୁ ନେଇ ନିଜେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

କାହାର ଅଧିକାର ଏଥିରେ କ୍ଷୁର୍ଣ୍ଣ କରାଯାଇନାହିଁ । ଏହା ପରେ ମଧ୍ୟ ବିରୋଧୀ ଏହି ବିଲ୍ ଜଲଦି ଅଣାଯାଉଥିବା ଅଭିଯୋଗ କଲେ। 40 ବର୍ଷ ଲାଗିଗଲା ଏହାକୁ ଆଣିବାକୁ ଆପଣ କହୁଛନ୍ତି ଜଲଦି ଆସିଲା। ଏହା ଶ୍ରେୟ କିମ୍ବା କ୍ରେଡିଟ ର ଲଢ଼େଇ ନଥିଲା। ଏହା ମହିଳାଙ୍କ ଲଢ଼େଇ ଥିଲା। ଯାହା ବିରୋଧୀ କରିବାକୁ ସୁଯୋଗ ଦେଲେ ନାହିଁ। ବିରୋଧିଙ୍କର ନିୟତି ନଥିଲା । ସେମାନେ ମାତୃଶକ୍ତିକୁ ଅପମାନ କରିଛନ୍ତି । ଏହାକୁ ଆମେ ଗାଁ ଗାଁ କୁ ନେବା । ଆପଣ ମାତୃଶକ୍ତିର ଅଭିଶାପ ମଧ୍ୟ ପାଇବେ । ଏହା ବିଜେପି ପାଇଁ ରାଜନୀତିକ ମୁଦ୍ଦା ନଥିଲା । ବିଜେପି ପ୍ରତିଶ୍ରୁତିବଦ୍ଧ ଏହାକୁ ଲାଗୁ କରାଇବା।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ଦେବଗଡ଼ରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି ଛୁଟି ; ଆବଶ୍ୟକ ପଡ଼ିଲେ ସକାଳୁଆ ପରୀକ୍ଷା କରିବାକୁ ନିର୍ଦ୍ଦେଶ
  • ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬
  • ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ
  • କଲବଲ କରୁଛି ତାତି, ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି
  • “ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In