ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ପାଣ୍ଡିଆନ ବିଜେଡି ମିଶିବା ପରି ସୁଜାତା ମଧ୍ୟ ସେହି ଢଙ୍ଗରେ ସାମିଲ ହୋଇଥିଲେ। ନବୀନ ଚଉକିରେ ବସିଥିଲେ ପାଣ୍ଡିଆନ ପାଖରେ ଛିଡା ହେବା ପରି ସୁଜାତା ମଧ୍ୟ ନବୀନଙ୍କ ପାଖରେ ଛିଡା ହୋଇ ଦଳିୟ ଉତ୍ତେରୀୟ ପକାଇଥିଲେ।
ଦଳରେ ସାମିଲ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳ ତରଫରୁ ସ୍ବାଗତ। ସେ ଦଳର ଜଣେ ସାଧାରଣ କର୍ମି ଭାବରେ କାର୍ଯ୍ୟ କରିବେ। ସେ ପୂର୍ବରୁ ଜଣେ ଦକ୍ଷ ଆଇଏଏସ ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ସେହି ଦକ୍ଷତା ଆଜି ଦଳ ପାଇଁ ବେଶ ସାହାଯ୍ୟ କରିବ।
ତେବେ ନବୀନ ଏହି ସମୟରେ ବହୁତ ବଡ କଥା କହିଥିଲେ। ତାହା ହେଲା ଯେ, ନବୀନ କହିଥିଲେ ଆସନ୍ତା ନିର୍ବାଚନ ମୋ ନେତୃତ୍ବରେ ଦଳ ଲଢିବ। ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ମୁଁ ଏହି ସ୍ପଷ୍ଟକରଣ ଦେଲି ବୋଲି ନବୀନ କହିଛନ୍ତି। ଫଳରେ ପୂର୍ବରୁ ସୁଜାତା ବିଜେଡିର ମଙ୍ଗ ଧରିବେ ବା ନବୀନଙ୍କ ଉତ୍ତରାଧିକାରୀ ହେବାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବିରାମ ଲାଗିଛି।
