ଭୁବନେଶ୍ୱର: ଚିକିତ୍ସା ପାଇଁ ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ସେଠାରେ ଚିକିତ୍ସିତ ହେବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହେବ । ମୁମ୍ବାଇ ରେ ଚିକିତ୍ସା ନେଇ ନିଜେ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ ।

ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛାରୁ ସୁସ୍ଥ ହୋଇ ଫେରିଆସି ପୁନର୍ବାର ସମସ୍ତଙ୍କ ସେବାରେ ନିଯୁକ୍ତ ହେବି ବୋଲି ଲେଖିଛନ୍ତି ନବୀନ । ମୁମ୍ବାଇରେ ନବୀନଙ୍କ ଚିକିତ୍ସାର କୋଅର୍ଡିନେଟ କରିବେ ପ୍ରସିଦ୍ଧ ହାର୍ଟ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା। ଡାକ୍ତର ପଣ୍ଡା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ମଧ୍ୟ ଅଛନ୍ତି ।
ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ଯାନ ଅଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ଚିକିତ୍ସାକ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୦ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ୭୮ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ସୁସ୍ଥ ଥିବା ସବୁବେଳେ କହିଥାନ୍ତି ।
