• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବରଗଡରେ ନବୀନ ପଟ୍ଟନାୟକଙ୍କ ବିଶାଳ ଜନସଭା

by Voice of Victims
May 12, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବରଗଡରେ ନବୀନ ପଟ୍ଟନାୟକଙ୍କ ବିଶାଳ ଜନସଭା

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି। ତାଙ୍କ ଉପସ୍ଥିତି ନେଇ ଲୋକଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେ ଲୋକଙ୍କୁ କହିଥିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ, ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ପଚାରିଲେ ମୁଖ୍ୟମନ୍ତ୍ରୀ, ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି, ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି। ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଥିଲେ। ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ଜନତାଙ୍କୁ ନବୀନ ନିବେଦନ କରିଥିଲେ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ ହେବ ବୋଲି ସେଠାରେ ଉପସ୍ଥିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆସିଥିଲେ, ଅସ୍ମିତା କଥା କହିଲେ, କିନ୍ତୁ ସମ୍ବଲପୁରୀ ଭାଷା ପାଇଁ ସେମାନେ କଣ କରିଛନ୍ତି? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ରଖିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ୫ ଥର ଚିଠି ଲେଖିଛନ୍ତି, କେନ୍ଦ୍ର କିଛି କଲା ନାହିଁ, ଖାଲି କହି ଦେଲେ କିଛି ଲାଭ ନାହିଁ, କାମ କରି ଦେଖାଇବାକୁ ହୁଏ ବୋଲି ପାଣ୍ଡିଆନ କହିଥିଲେ। କେନ୍ଦ୍ରର ବିଜେପି ସରକାର, ଛତିଶିଗଡର ବିଜେପି ସରକାର, ଦୁଇ ସରକାର ମିଶି ଓଡିଶା ବିରୋଧରେ କାମ କଲେ, ମହାନଦୀରେ ଅନେକ ଡ୍ୟାମ, ଆଡିବନ୍ଧ କଲେ, କେନ୍ଦୀୟ ଜଳ ଆୟୋଗ ଏହାକୁ ବନ୍ଦ କରିବାର କଥା, କିନ୍ତୁ କଲେ ନାହିଁ, ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ରହିଲେ କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସୁପ୍ରିମ କୋର୍ଟ ଗଲେ, ଟ୍ରିବ୍ୟୁନାଲ ହେଲା, ତାପରେ ଯାଇ ତାଙ୍କ କାମ ବନ୍ଦ ହେଲା, ଏ ଅଞ୍ଚଳର ଜୀବନଧାରାକୁ ବଞ୍ଚେଇବାକୁ ଉଦ୍ୟମ କରିଛନ୍ତି ନବୀନ ବାବୁ ବୋଲି ପାଣ୍ଡିଆନ କହିଥିଲେ। ସେ ଆହୁରି କହିଥିଲେ ଯେ, ମହାନ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରି ନାହାନ୍ତି, ଟଙ୍କାଟିଏ ବି ଦେଇ ନାହାନ୍ତି, ମ୍ୟୁଜିୟମ ଓ ସ୍ମୃତି ପୀଠ ସବୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ବରଗଡରେ କ୍ୟାନ୍‌ସର ହସ୍ପିଟାଲ କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ, ଏବଂ କରି କି ଦେଖାଇଲେ, ଏହାକୁ ଆହୁରି ବଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାକୁ ଓଡିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯିବ। ଉପନିର୍ବାଚନ ବେଳକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ ସବୁ ଆସିଥିଲେ, କ୍ୟାନସ୍‌ର ରୋଗ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କଥା ଦେଇଥିଲେ, କିନ୍ତୁ କିଛି କଲେ ନାହିଁ, ସବୁ ଭୁଲି ଗଲେ। ବିଜେପୁର ଉପନିର୍ବାଚନରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ ଚାଲିବ, ପଦମ୍‌ପୁର ଉପନିର୍ବାଚନରେ ସେମାନେ କହିଥିଲେ ଏଠାରେ ଟ୍ରେନ ଚାଲିବ, ଷ୍ଟେସନ ହେବ, ହେଲା କି? ଆପଣମାନେ ଟ୍ରେନ ଦେଖିଲେ କି? କେବଳ ବଡ ବଡ କଥା କହିବା ଛଡା ସେମାନେ କିଛି ଜାଣନ୍ତି ନାହିଁ ବୋଲି ପାଣ୍ଡିଆନ ଜନସମାବେଶକୁ କହିଥିଲେ। ବରଗଡ ଲୋକସଭା କ୍ଷେତ୍ରରେ ୫ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି, ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି, ଏହା ହେଉଛି ମହିଳା ସଶକ୍ତିକରଣ, ବିଜେପି ଏପରି କାମ ୧୦୦ ବର୍ଷରେ ମଧ୍ୟ କରିପାରିବ ନାହିଁ, କେନ୍ଦ୍ର ମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆମେ ତାଙ୍କୁ ଏହା କରିବାକୁ ଦେବା ନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ଉପରେ ପାଣ୍ଡିଆନ କହିଲେ ଯେ  ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ, ଏମଏସପି ୩୧୦୦ ଟଙ୍କା କରିବେ ବୋଲି କହିଛନ୍ତି, ୧୦ ବର୍ଷ ଧରି କ୍ଷମତାରେ ରହିଲେ, ଚାଷୀଙ୍କ କଥା ଭାବିଲେ ନାହିଁ, ଏବେ ନିର୍ବାଚନକୁ ୧୦ ଦିନ ଅଛି ସେମାନଙ୍କର ଚାଷୀଙ୍କ କଥା ମନେ ପଡୁଛି, କାରଣ ସେମାନେ ଜାଣିଛନ୍ତି ଯେ ନିର୍ବାଚନରେ ସେମାନେ ଧରାଶାୟୀ ହେବେ, ପ୍ରଧାନମନ୍ତ୍ରୀ ବିଜେପିକୁ ବୁଷ୍ଟର ଡୋଜ୍‌ ଦେବାକୁ ଆସିଛନ୍ତି। ନିର୍ବାଚନ ଆସିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ କଥା ମନେ ପଡୁଛି, ଏମଏସପି କଥା ମନେପଡୁଛି, ଶୀତଳଭଣ୍ଡାର ମନେ ପଡୁଛି। ୨୦୧୪ରେ, ୨୦୧୯ରେ ଏମଏସପି ଦୁଇ ଗୁଣ କଥା କହିଥିଲେ, କଲେ କି ? ୧୦ ବର୍ଷ କ୍ଷମତାରେ ରହିଲେ, ଚାଷୀ ଆତ୍ମହତ୍ୟା କଲେ, ଦିଲ୍ଲୀରେ ଚାଷୀ ଆନ୍ଦୋଳନ କଲେ, କିନ୍ତୁ ପ୍ରଧାନମନ୍ତ୍ରୀ କିଛି କଲେ ନାହିଁ, ସବୁ ଭୁଲି ଗଲେ, ଏବେ ନିର୍ବାଚନ ୧୦ ଦିନ ଆଗରୁ ପୁଣି ମନେପଡିଲା। ପ୍ରଧାନମନ୍ତ୍ରୀ କହୁଛନ୍ତି ସୌରଶକ୍ତି ଜରିଆରେ ମାଗଣା ବିଜୁଳି ଦେବେ, ତାର ରହସ୍ୟ ହେଉଛି ଆପଣମାନେ ୫୦ ହଜାର ଟଙ୍କା ଜମା କରିବେ, ତା ପରେ ସୌର ପ୍ୟାନେଲ ଲାଗିବ, ଏକ କୋଟି ଘର ମଧ୍ୟରୁ ମାତ୍ର ୩ ଲକ୍ଷ ଘରକୁ ଏହି ସୁବିଧା ମିଳିବ। ଓଡିଶାର ୯୦ ପ୍ରତିଶତ ପରିବାର ବିଏସକେୱାଇ ରେ ଅନ୍ତର୍ଗତ ଆୟୁଷ୍ମାନ ଭାରତ ଓ ବିଏସକେୱାଇ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ପାଣ୍ଡିଆନ। ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କା ସୁବିଧା, ବୀମା କମ୍ପାନୀଙ୍କୁ ପୋଷୁଛନ୍ତି ସରକାର, କିନ୍ତୁ ବିଏସକେୱାଇରେ ସମସ୍ତଙ୍କୁ ୫ ଲକ୍ଷ, ମା ମାନଙ୍କୁ ୧୦ ଲକ୍ଷ, ନବୀନ ସରକାର ସିଧାସଳଖ ଲୋକଙ୍କୁ ସୁବିଧା ଦେଉଛନ୍ତି, ବିଏସକେୱାଇ ସ୍ମାର୍ଟ କାର୍ଡ, ଏଟିଏମ ଭଳି କାମ କରୁଛି, ଆୟୁଷ୍ମାନ ଭାରତରେ ମାତ୍ର ୪୦ ଲକ୍ଷ ପରିବାର ଏହି ସୁବିଧା ପାଇବେ, କିନ୍ତୁ ଆମେ ୯୦ ଲକ୍ଷ ପରିବାରକୁ ବିଏସକେୱାଇ ସୁବିଧା ଦେଉଛୁ, ବାକି ୫୦ ଲକ୍ଷ ପରିବାରଙ୍କ କଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

Post Views: 28
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In