ରଣପୁର (ଭିଓଭି) : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ମାତା ସରୋଜିନୀ ମହାନ୍ତିଙ୍କ ବିୟୋଗ ଘଟିଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ବ୍ରଜରାଜପୁର ପାଞ୍ଚୟତ ଲତାର ଗ୍ରାମ ନିଜ ବାସ ଭବନରେ ଗୁରୁବାର ସକାଳ ୫ ଘଟିକା ସମୟରେ ତାଙ୍କର ବିୟୋଗ ଘଟିଛି | ସେ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା | ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କର ୭ ଗୋଟି ଝିଅ ଓ ଗୋଟିଏ ପୁଅ | ମୃତ ସମୟରେ ତାଙ୍କ ପୁତ୍ର ଇଂ ଦେବାଶିଷ ପଟ୍ଟନାୟକ, ବୋହୂ ଡ଼. ବନ୍ଦନା ଦାସ ଓ ନାତି ଦିବ୍ୟାଜ୍ୟାତି ପଟ୍ଟନାୟକ ଉପସ୍ଥିତ ରହିଥିଲେ | ତାଙ୍କ ମର ଶରୀରକୁ ନିଜ ଗ୍ରାମରେ ପରିକ୍ରମା କରାଯାଇଥିଲା। ଗାଁ ଶ୍ମଶାନରେ ଶବ ଦାହ କରାଯାଇଥିଲା | ସେ ଜଣେ ପରୋପକାରୀ ମହିଳା ଥିଲେ। ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବହୁ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଦୁଃଖସନ୍ତାପ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି।
