• About Us
  • Contact Us
Sunday, May 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI

by Voice of Victims
May 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ  : NEET-UG ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ।  ମାଷ୍ଟରମାଇଣ୍ଡ ପୁଣେର ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI । ଦିଲ୍ଲୀରୁ ବରିଷ୍ଠ ଉଦ୍ଭିଦ ବିଜ୍ଞାନ ଶିକ୍ଷୟିତ୍ରୀ ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି। ସେ ବାୟୋଲୋଜି ବିଭାଗର ପ୍ରଶ୍ନପତ୍ର ଲିକ୍ କରିବାରେ ପ୍ରମୁଖ ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି।

ମହାରାଷ୍ଟ୍ରର ପୁଣେର ଏକ ପ୍ରତିଷ୍ଠିତ କଲେଜରେ କାର୍ଯ୍ୟରତ ମାନ୍ଧାରେଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଜଣେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ବଟାନି ଓ ଜୁଲୋଜି ପ୍ରଶ୍ନପତ୍ର ଦେଖିବାର ସିଧାସଳଖ ସୁଯୋଗ ମିଳିଥିଲା। NTA ଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ବିଶେଷଜ୍ଞ ଭାବେ ମନୋନୀତ ମାନ୍ଧାରେ ନିଜ ପଦବୀର ଅପବ୍ୟବହାର କରି ଗୋପନୀୟ ପ୍ରଶ୍ନ ଲିକ୍ କରିଥିଲେ।

ଗତ ୧୪ ରେ ଗିରଫ ହୋଇଥିବା ଏକ ବିୟୁଟି ପାର୍ଲର ମାଲିକାଣୀ ମନୀଷା ୱାଘମାରେଙ୍କ ସହ ମିଶି ପରୀକ୍ଷାର୍ଥୀମାନଙ୍କୁ ଯୋଗାଡ଼ କରିଥିଲେ। ମାନ୍ଧାରେ ତାଙ୍କ ପୁଣେ ବାସଭବନରେ ବେଆଇନ ଭାବେ କୋଚିଂ କ୍ଲାସର ଆୟୋଜନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଲିକ୍ ହୋଇଥିବା ବାୟୋଲୋଜି ପ୍ରଶ୍ନଗୁଡ଼ିକୁ ଖାତାରେ ଲେଖିବାକୁ ଏବଂ ପାଠ୍ୟପୁସ୍ତକରେ ଚିହ୍ନଟ କରିବାକୁ କୁହାଯାଇଥିଲା।

CBI ନିଶ୍ଚିତ କରିଛି ଯେ ଏହି ଗୁପ୍ତ କ୍ଲାସରେ ଦିଆଯାଇଥିବା ଅଧିକାଂଶ ପ୍ରଶ୍ନ ଚୂଡ଼ାନ୍ତ NEET-UG 2026 ପ୍ରଶ୍ନପତ୍ର ସହ ସମ୍ପୂର୍ଣ୍ଣ ମିଳିଯାଇଥିଲା।ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ CBI ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଛଅଟି ସ୍ଥାନରେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଡିଭାଇସ୍, ବ୍ୟାଙ୍କ ରେକର୍ଡ ଏବଂ ଦଲିଲ୍ ଜବତ କରିଛି। ମାନ୍ଧାରେଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କଲାଣି ସିବିଆଇ। ଲିକ୍ ହୋଇଥିବା ପ୍ରଶ୍ନପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ପୁନଃ-ପରୀକ୍ଷା ଜୁନ୍ ୨୧ ରେ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
  • NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI
  • ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !
  • ପତଞ୍ଜଳି ପକ୍ଷରୁ ଖାଇବା ତେଲ ଓ ପେଟ୍ରୋଲ ବ୍ୟବହାର ହ୍ରାସ ପାଇଁ ସଂକଳ୍ପ ପାଠ
  • ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In