• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ନୀଳକନ୍ଦରକୁ ବାହୁଡିଲେ ନିଳାଦ୍ରୀ ନାଥ

by Voice of Victims
July 19, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୀଳକନ୍ଦରକୁ ବାହୁଡିଲେ ନିଳାଦ୍ରୀ ନାଥ

filter: 0; fileterIntensity: -0.01; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; delta:null; module: night;hw-remosaic: false;touch: (-1.0, -1.0);sceneMode: 32768;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 44;

ଭୁବନେଶ୍ବର: ଶେଷ ହୋଇଛି ପୁରୀ ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡିଲେ ନିଳାଦ୍ରୀ ନାଥ । ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଲେ ମହାପ୍ରଭୁ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ ମହାବାହୁ ଶ୍ରୀଜଗନ୍ନାଥଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଥିଲା ଭକ୍ତଙ୍କ ଭିଡ । ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନୀଳାଦ୍ରିବିଜେ ନୀତି । ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରୀନାଥ । ଆଜି ତିନିରଥ ଉପରେ ୨.୧୦ ରୁ ୨.୫୦ ମଧ୍ୟରେ ସଂଧ୍ୟାଧୂପ ସରିବା ପରେ ୩ ରଥରେ ଚାରମାଳ ବନ୍ଧାଯିବା ସହ ମୁଦିରସ୍ତଙ୍କ ଦ୍ୱାରା ବନ୍ଦାପନା ଓ ଡୋରି ଲାଗି ଶେଷ ହୋଇ ବାଜି ଉଠିଥିଲା ବିଜେ କାହାଳି । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ୮. ୦୫ ରେ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ଏହା ପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ ୮. ୩୦ ରେ, ପରେ ୮. ୫୦ ରେ ବଡଭାଇ ବଳଭଦ୍ର, ପଛକୁ ପଛ ୧୦.୨୫ ରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିଥିଲେ । କାଳିଆ ସାଆନ୍ତଙ୍କ ପହଣ୍ଡି ସମୟରେ ଦେଖିବାକୁ ମିଳିଥିଲା ଆଉ ଏକ ମାନବୀୟ ଲୀଳା । ଝୁଲି ଝୁଲି କରି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିଦେଇଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ । ତେବେ ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ସହ ପାଟବସ୍ତ୍ର ଦେବା ପରେ କବାଟ ଖୋଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ । ମହାପ୍ରଭୁଙ୍କର ଏହି ଅନନ୍ୟ ଲୀଳାକୁ ଦେଖି ସମସ୍ତ ଭକ୍ତ କୃତାର୍ଥ ହୋଇଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡ । ତେବେ ପହଣ୍ଡି ବିଜେ ପୁର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା । ଚତୁର୍ଦ୍ଧାମୂରତି ପହଣ୍ଡିରେ ଆସିବା ସମୟରେ ମନ୍ଦିର ମଧ୍ୟରେ ଥିବା ଶୁଆଶାରୀ ଦେଉଳରେ ପ୍ରସାଦ ଲାଗି, ଘସା ବିଡିଆ, ମଣୋହି ଓ ବନ୍ଦାପନା ନୀତି ବଢିଥିଲା । ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ନୀତି ସବୁ ହୋଇଥାଏ, ଠିକ ସେହିପରି ସିଂହଦ୍ୱାର ଠାରେ ନୀଳାଦ୍ରିବିଜେ ପହଣ୍ଡିରେ ସମାନ ନୀତି ପାଳନ କରଯାଇଥିଲା । ପହଣ୍ଡି ପରେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି କରାଯାଇଥିଲା । ରତ୍ନସିଂହାସନରୁ ଚାରମାଳ ଫିଟାଯାଇଥିଲା । ସିଂହାସନ ଧୁଆ ପରେ ଶ୍ରୀମାଧବ, ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବିଜେ କରିଥିଲେ । ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯାଇଥିଲା । ଏହା ପରେ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯାଇ ରାତ୍ରପହୁଡ ହୋଇଥିଲା । ତେବେ ଆଜି ରଥ ଉପରେ ଶ୍ରୀଜୀଉ ମାନଙ୍କୁ ଶେଷ ଦର୍ଶନ କରିଥିଲେ ହଜାର ହଜାର ଭକ୍ତ । ଅନ୍ୟପଟେ ମହାପ୍ରଭୁଙ୍କ ଏହି ଅନନ୍ୟ ଦୁର୍ଲଭ ଦର୍ଶନ ଓ ନୀତିକାନ୍ତିକୁ ଦେଖିବା ସହ ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମସନ୍ତୋଷ ଲାଭ କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମାପନ ହୋଇଥିବା ବେଳେ ରତ୍ନସିଂହାସନରେ ବିରାଜମାନ କରିଥିଲେ ଚତୁର୍ଦ୍ଧାବିଗ୍ରହ । ଲଗାତାର ୧୩ ଦିନ ହେବ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧା ବନ୍ଦ ହୋଇଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢା ପାଇ କୃତାର୍ଥ ହେବେ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ।

Post Views: 36
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In